ଦଣ୍ଡାଧାର ପର୍ଯ୍ୟଟନ ସ୍ଥଳୀ ଲୋକାର୍ପିତ
। – ଢ଼େଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ଦଣ୍ଡାଧାର ପର୍ଯ୍ୟଟନ ସ୍ଥଳୀକୁ ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ସୋମବାର ମଧ୍ୟାହ୍ନ ରେ ଲୋକାର୍ପିତ କରିଛନ୍ତି। ୫ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ଏହି ପର୍ଯ୍ୟଟନ ସ୍ଥଳୀରେ ପାର୍କିଂ ବ୍ୟବସ୍ଥା, ଶିଶୁ କ୍ରୀଡ଼ା କ୍ଷେତ୍ର, ଭୋଜି ପିଣ୍ଡି, ଚଲାରାସ୍ତା,ଶୌଚାଳୟ, ଫୁଡ୍ ପ୍ଲାଜା ନିର୍ମାଣ ଆଦି ଉନ୍ନତିକରଣ କାର୍ଯ୍ୟ କରା ଯାଇଛି। ଆବଶ୍ୟକ ପଡିଲେ ଆହୁରି ୧୦ କୋଟି ଟଙ୍କା ମଂଜୁର କରାଯିବ ବୋଲି ସେ କହିଥିଲେ। ଓଡ଼ିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ବିକଶିତ କରିବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଢ଼େଙ୍କାନାଳ ଜିଲ୍ଲାକୁ ଅଗ୍ରାଧିକାର ଦିଆ ଯାଇଛି ବୋଲି କହିଥିଲେ। ଦଣ୍ଡାଧାର ପର୍ଯ୍ୟଟନ ସ୍ଥଳୀର ବିକାଶ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଅଂଚ଼ଳର ଲୋକମାନଙ୍କର ଆର୍ଥିକ ବିକାଶ ଘଟିବ ବୋଲି କହିଥିଲେ ।ମହିଳାମାନଙ୍କ ବିକାଶ, ସୁରକ୍ଷା, ଏବଂ ସ୍ୱାର୍ଥ୍ୟରକ୍ଷା ସରକାରଙ୍କ ଦାୟୀତ୍ବ ବୋଲି ସେ ପ୍ରକାଶ କରିଥିଲେ । ସୁଭଦ୍ରା ଯୋଜନାରୁ ଜଣେ ହେଲେ ହିତାଧିକାରୀଙ୍କୁ ବଞ୍ଚିତ କରାଯିବ ନାହିଁ ବୋଲିି ସେ ପ୍ରକାଶ କରିଥିଲେ। ମହିଳା ସଶକ୍ତ କରଣ ଦ୍ୱାରା ଓଡ଼ିଶାର ହୃତ ବିକାଶ ସମ୍ଭବ ହେବାକୁ ଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥିଭାବେ ଯୋଗଦେଇ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି, ମାନ୍ୟବର ବିଧାୟକ ପରଜଙ୍ଗ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ମାନ୍ୟବର ବିଧାୟକ, କାମାକ୍ଷାନଗର ଶ୍ରୀଯୁକ୍ତ ଶତୃଘ୍ନ ଜେନା ଯୋଗ ଦେଇଥିଲେ। ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ଯୋଗୁଁ ଢ଼େଙ୍କାନାଳ ଜିଲ୍ଲାର ଆକର୍ଷଣ ବୃଦ୍ଧି ପାଇବ, ଏଥି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ଲୋକାର୍ପଣ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଉପସ୍ଥିତ ଥିଲେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଜଗଦୀଶ ରାୟ, ବିଡ଼ିଓ ଶ୍ରୀ ଯଶୋବନ୍ତ ଦେହୁରୀ, ପରଜଙ୍ଗ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ଦଳବେହେରା, କଙ୍କଡ଼ାହାଡ ବ୍ଲକ୍ ଉପାଧକ୍ଷା ଶ୍ରୀମତୀ ଦୀପାସାହୁ, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ବହୁ ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ମୁଖ୍ୟତଃ ଭୋଜି ସ୍ଥଳ ଜଳ ଭଣ୍ଡାର ତଳ ଅଞ୍ଚଳରେ ନିର୍ମାଣ ହୋଇଥିବାରୁ ଏଠାକୁ ଆସୁଥିବା ଲୋକମାନେ ଜଳ ଭଣ୍ଡାର ର ଜଳ ରାଶି ସହିତ ବନାଞ୍ଚନ ର ଦୃଶ୍ୟରାଜୀ ରୁ ବଞ୍ଚିତ ରହିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି l