ସିକ୍କିମର ଘାଟିରୁ ତଳକୁ ଖସିଲା ଟୁରିଷ୍ଟ ଗାଡି

ଯାଜପୁର ଜିଲ୍ଲା ବିଜେପି ସଭା ନେତ୍ରୀ ଇତିଶ୍ରୀ ଜେନା ଗତ ୨୫ତାରିଖ ଠାରୁ ପାରିବାରଙ୍କ ସହ ଗ୍ୟାଙ୍ଗଟକ ବାହାରିଥିଲେ l ନର୍ଥ ସିକ୍କିମର ପର୍ବତ ଉପତ୍ୟାକାରୁ ଗୋଟିଏ ପରିବାରର ଗାଡ଼ି ପର୍ବତ ରାସ୍ତାର ଆଗରେ ଗତି କରିଥିବା ବେଳେ ଅନ୍ୟ ଗାଡ଼ିଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ଯାଇଥିଲା l ଯେଉଁଥିରେ ଯାଜପୁର ଜିଲ୍ଲା ବିଜେପି ମହିଳା ନେତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ତାଙ୍କ ପରିବାରର ଅଜିତ ନାୟକ, ସୁନିତା ନାୟକ, ସାହିଲ ଜେନା ନିଖୋଜ ଥିବା ନେଇ ସୂଚନା ମିଳିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅଂଶୁମାନ ନାୟକ ଓ ସ୍ଵୟଂ ଜେନା ଗ୍ୟାଙ୍ଗଟକ୍ ଚିକିତ୍ସାଳରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି l

ତେବେ ନିଖୋଜ ମାନଙ୍କୁ ଉଦ୍ଧାର କରିବା ଏବଂ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ହିଁ ଉଭୟ ସରକାରଙ୍କ ପାଇଁ ବଡ ଦାୟିତ୍ବ ସାଜିଛି । ରେସ୍କ୍ୟୁ ଟିମ୍ କେତେ ଶୀଘ୍ର ଉଦ୍ଧାର କରୁଛନ୍ତି ସମସ୍ତଙ୍କ ଅପେକ୍ଷା l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ

Leave a Reply

Your email address will not be published. Required fields are marked *