“ସାମ୍ୟମ୍ ଫାଉଣ୍ଡେସନ” ପକ୍ଷରୁ ସେବାୟତମାନଙ୍କୁ ଗାମୁଛା ଓ ମାସ୍କ ପ୍ରଦାନ
ପୁରୀ: ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ଖଳାରେ ନିୟୋଜିତ ହୋଇଥାନ୍ତି ବିଭିନ୍ନ ବର୍ଗର ସେବାୟତ। ପ୍ରାୟ ୧୭୬ ଜଣ ସେବାୟତ ପ୍ରତ୍ୟେକ ଦିନ କାର୍ଯ୍ୟ କରନ୍ତି। ତନ୍ମଧ୍ୟରୁ ତିନି ବାଡ ପାଇଁ ରଖିଥାନ୍ତି ଶାଢ଼ୀବନ୍ଧା ସେବକ। ଏହି ଶାଢୀ ବନ୍ଧା ସେବାୟତମାନଙ୍କୁ “ସାମ୍ୟମ୍ ଫାଉଣ୍ଡେସନ” ପକ୍ଷରୁ ଆଜି ନେତ୍ର ଉତ୍ସବ ଅବସରରେ ଗାମୁଛା ଓ ମାସ୍କ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର ସହଯୋଗ କରିଥିଲେ ଓ ଅନୁଷ୍ଠାନର ଟ୍ରଷ୍ଟି ଯଶସ୍ୱିନୀ ଦାଶ ଓ ସଦସ୍ୟ ଇସାନେଶ୍ୱର ନାୟକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସତ୍ୟନାରାୟଣ ସାହୁ,ବିପିନ୍ ମହାନ୍ତି, ଦେବରାଜ ଦାସ, ଆଦିତ୍ୟ ନାରାୟଣ ବାରିକ୍, କୃଷ୍ଣ ପ୍ରଧାନ, ଦେବେନ୍ଦ୍ର ସୁବୁଦ୍ଧି ଯୋଗଦାନ କରିଥିଲେ।