ଦେବ ଗ୍ରାମ (ଦେଓଗାଁ) ରେ ପାରମ୍ପରିକ ରଥ ଯାତ୍ରା

ଗଁଦିଆ ତା27.6.2025 ଓଡ଼ିଶା ର ପ୍ରସିଦ୍ଧ ଶୈବପୀଠ କପିଳାସ ର ପାଦଦେଶରେ ଦେଓଗାଁ ରେ ପାରମ୍ପରିକ ରଥ ଯାତ୍ରା ପବିତ୍ର ଆଷାଢ ମାସ ଶୁଳ୍କ ପକ୍ଷ ଦ୍ବିତୀୟା ତୀଥିରେ ଦେବୋତ୍ତର ବିଭାଗ ତରଫରୁ ଦେଓଗାଁ ଗ୍ରାମବାସୀ ମାନଙ୍କ ସକ୍ରୀୟ ସହଯୋଗ ରେ ପ୍ରାୟ ସହସ୍ରାଧିକ ଜନସାଧାରଣ ଙ୍କୁ ନେଇ ଆନନ୍ଦ ସହକାରେ ପାଳନ କରାଯାଇଅଛି। ଦେବୋତ୍ତର ବିଭାଗ ଜିମାଦାର ଙ୍କ ଉପସ୍ଥିତି ରେ ଗଁଦିଆ ଥାନା ର ଭାର ପ୍ରାପ୍ତ ନିରୀକ୍ଷକ ଶାନ୍ତନୁ କୁମାର ପ୍ରଧାନ ଙ୍କ ଉପସ୍ଥିତି ରେ ସ୍ଥାନୀୟ ତହସିଲଦାର ସତ୍ୟଜିତ ମହାପାତ୍ର ଙ୍କ ଉପସ୍ଥିତି ରେ ପହଣ୍ଡି ବିଜେ ହୋଇ ପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ସୁଦର୍ଶନ ରଥ କୁ ବିଜେକରି ରଥିଲେ। ହରିବୋଲ ହୁଳହୁଳି ଶଙ୍ଖ ନାଦ, ଘଣ୍ଟନାଦ, କୀର୍ତ୍ତନ ଓ ବାଦ୍ଯ ମଧ୍ୟରେ ସୁଶୋଭିତ ରଥ ରେ ପ୍ରଭୁ ରଥାରୂଢ଼ ହୋଇଥିଲେ।

ପୂର୍ବ ପରମ୍ପରା ଅନୁସାରେ ଦେଓଗାଁ ର ହେମନ୍ତ କୁମାର ନନ୍ଦଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଉପସ୍ଥିତ ଭକ୍ତ ମାନଙ୍କୁ ଦହି ସରବତ ଓ ଖେଚୁଡ଼ି ଭୋଗ ପ୍ରଦାନ କରାଯାଇ ଥିଲା। ଅପରାହ୍ନ ୨ ଘଣ୍ଟା ୩୦ ମିନିଟ ରେ ଜଗନ୍ନାଥ ମନ୍ଦିରରୁ ପ୍ରଭୁ ରଥ କୁ ବିଜେ କରିଥିଲେ। ଅପରାହ୍ନ ୩ ଘଣ୍ଟିକା ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ମାଉସୀ ମା ମନ୍ଦିରରେ ରଥ ୪ ଟା ୧୫ ମିନିଟ ରେ ପହଞ୍ଚିବା ପରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା ।