କଳାପାହାଡ ତଳ ରାସ୍ତାରେ ଟ୍ରାଫିକ ସମସ୍ୟା ନିତି ଦିନିଆ ଘଟଣା ପାଲଟିଛି

କେନ୍ଦୁଝର ଜିଲ୍ଲା ଯୋଡ଼ା ବଡବିଲ ଅଞ୍ଚଳରେ ଯାତାୟାତ ନିମନ୍ତେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି କଳାପାହାଡ଼ ସହ୍ନିକଟ ରେଲୱେ ଓଭରବ୍ରିଜ ସଂଲଗ୍ନ ଅଣଓସାରିଆ ୱାନ ୱେ ରାସ୍ତା । ୫୨୦ ନଂ ଜାତୀୟ ରାଜପଥର ଲହଣ୍ଡା ଠାରୁ କଳାପାହାଡ ଯାଏ ପୂର୍ବରୁ ଥିବା ସିଙ୍ଗିଲ ରୋଡ ପ୍ରାୟ ଦୁଇ କିମି ବ୍ୟାପି ରାସ୍ତା ଏଯାବତ ନିର୍ମାଣ ହୋଇ ପାରି ନଥିବାରୁ ବାରମ୍ବାର ଟ୍ରାଫିକ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି । ଆଜି ଶୁକ୍ରବାର ସକାଳ ଠାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ଖଣିଜ ବୋଝେଇ ଭାରିଯାନ ଗୁଡିକ ସମ୍ପୂର୍ଣ୍ଣ ରାସ୍ତାକୁ କବ୍ଜା କରି ରଖିଥିବାରୁ ଦୀର୍ଘ ସମୟ ଧରି ଯୋଡା ବଡବିଲ ଅଞ୍ଚଳକୁ ଯାତାୟାତ ବଛିର୍ଣ୍ଣ ହୋଇ ପଡିଛି ।ବିଶେଷ ଭାବେ ରେଲୱେ ଓଭରବ୍ରିଜ ତଳ ଅଣ ଓସାରିଆ ରାସ୍ତା ଯୋଗୁଁ ଗୋଟିଏ ପଟୁ ଅନ୍ୟ ପଟକୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇ ଯାଉଛି । ଫଳରେ ସ୍କୁଲ ବସ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ସକାଶେ ଯାଉଥିବା ବସଯାତ୍ରୀ, ଆମ୍ବୁଲାନ୍ସ ଏପରିକି ଜଣେ ବାଇକ ଆରୋହୀ ରାସ୍ତା ଅତିକ୍ରମ ନକରି ପାରି ଘଣ୍ଟା ଘଣ୍ଟା ଧରି ଅସହାୟ ଭାବେ ଛିଡା ହୋଇ ରହୁଥିବା ଦୃଶ୍ୟ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରହି ପରିସ୍ଥିତି କୁ ସୁଧାରିବାକୁ ପ୍ରଚେଷ୍ଟା ଚଳାଇ ଥିଲେ ମଧ୍ୟ ସହଜରେ ଟ୍ରାଫିକ ନିୟନ୍ତ୍ରଣାଧନୀ ହେବା ସମୟ ସାପେକ୍ଷ ବୋଲି କୁହାଯାଇଛି । ରାସ୍ତା ନିର୍ମାଣ କାରୀ ସଂସ୍ଥା ଦର ଖଣ୍ଡିଆ ଭାବେ ବର୍ଷ ବର୍ଷ ଧରି ଅଧାରୁ ଛାଡି ଦେଇଥିବାରୁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି ।ଏହାକୁ ବିଶେଷ ଭାବେ ଧ୍ୟାନ ଦେଇ ସରକାର ଖୁବ୍ ଶିଘ୍ର ଯାତାୟାତର ସୁଗମ ନକଲେ ଏକ ଆନ୍ଦଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସାଧାରଣରେ କୁହାଯାଇଛି ।
