ଘୋରଡ଼ିଆରେ ତ୍ରାହି ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ

ଡେଲାଙ୍ଗ :- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ବାରବାଟିଠାରେ ଅବସ୍ଥିତ ପୂରାତନ ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରେ ସୋମବାର ଦିନ ଏକ ଭବ୍ୟ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ମନ୍ଦିରର ମୁଖ୍ୟ ପୃଷ୍ଠପୋଷକ କଣ୍ଡୁରୀ ଚରଣ ମଙ୍ଗରାଜଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଧର୍ମାନୁଷ୍ଠାନ କାର୍ଯ୍ୟରେ ଆଖପାଖ ଅଞ୍ଚଳର ଦୁଇ ଶହରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ସହ ପ୍ରଭୁଙ୍କ କୃପା ଲାଭ କରିଥିଲେ।ଏହି ଅବସରରେ ମନ୍ଦିର ପରିସରରେ ହୋମଯଜ୍ଞ କରାଯାଇ ସମଗ୍ର ମନ୍ଦିର ପରିବେଶକୁ ଶୌଧ କରାଯାଇଥିଲା।ସମାଜସେବୀ ମହନ୍ତ ମଙ୍ଗରାଜ ଓ ତାଙ୍କ ଧର୍ମପତ୍ନୀ ତଥା ସାଉରିଆ ପଞ୍ଚାୟତ ସମିତି ସଭ୍ୟା ଅନ୍ନପୂର୍ଣ୍ଣା ରଣଜିତ୍ ଯଥାକ୍ରମେ କର୍ତ୍ତା ଓ କର୍ତ୍ତି ଦାୟିତ୍ଵ ନିର୍ବାହ କରିଥିଲେ।ପଣ୍ଡିତ ମଦନ ମୋହନ ମିଶ୍ର ଓ ସାଥୀମାନେ ଉପସ୍ଥିତ ରହି ହୋମଯଜ୍ଞ କାର୍ଯ୍ୟ ଯଥାବିଧି ସମାପନ କରିଥିଲେ।ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତ୍ତନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କର୍ତ୍ତା ମହନ୍ତ ମଙ୍ଗରାଜ,ଶ୍ରଦ୍ଧାଳୁ ଲୋକନାଥ ସାହୁ,ଭୁବନେଶ୍ୱର ସ୍ୱାଇଁ ଏବଂ ରାଜମିସ୍ତ୍ରୀ ପ୍ରମୁଖ ମନ୍ଦିର ଚୂଡାରେ ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ସ୍ଥାପନ କରିବା ପରେ ମନ୍ଦିରର ରତ୍ନମୁଦ ସଂସ୍ଥାପନ କାର୍ଯ୍ୟ ଯଥାରୀତି ସମ୍ପୂର୍ଣ୍ଣ ହୋଇଥିଲା।ଏହି ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିବା ଦିଗରେ ଲୋକନାଥ ସାହୁ,ଭୁବନେଶ୍ୱର ସ୍ୱାଇଁ,ଶଶିଭୂଷଣ ଶ୍ରୀଚନ୍ଦନ,ରାଜକିଶୋର ମାର୍ଥା,ଶ୍ୟାମସୁନ୍ଦର ବେହେରା,ବାଉରୀବନ୍ଧୁ ମାର୍ଥା,ଦିବାକର କୋଦମାସିଂହ,ଭୁବନାନନ୍ଦ ସାହୁ,କଣ୍ଡୁରି ଭୁଜବଳ,ପ୍ରମୋଦ ଭୁଜବଳ,ସୁବାସ ସୁବୁଦ୍ଧି,ଶରତ ମାର୍ଥା,ପ୍ରସନ୍ନ ପରିଡା,ସଞ୍ଜୟ କୋଦମାସିଂହ,ଗଣେଶ ସାହୁ,ଦେବରାଜ କୋଦମାସିଂହ,ସୁଦର୍ଶନ ପରିଡ଼ା,ମଧୁସୂଦନ ବେହେରା,ବାଇଧର କୋଦମାସିଂହ,ବିଜୟ ଲକ୍ଷ୍ମୀ ସାମନ୍ତରାୟ,ସଂଯୁକ୍ତା ସୁବୁଦ୍ଧି ଓ ସୁବାସିନୀ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।
