କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ଼ ଦ୍ଵାରା ପ୍ରଶିକ୍ଷଣ ଶିବିର

ଗୋପାଳପୁର ୨୩/୧୨ ଆଜି ଭାରତ ସରକାରଙ୍କ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ଼ ଓ ହିନ୍ଦ ମଜଦୁର ସଭା ର ମିଳିତ ସହଯୋଗରେ ଶ୍ରମିକ ନେତା ସୁଶାନ୍ତ କରଙ୍କ ସଭାପତିତ୍ୱରେ ପେଣ୍ଠପଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ଼ର ବରିଷ୍ଠ ଶିକ୍ଷା ଅଧିକାରୀ ଦିଲ୍ଲୀପ ଶତପଥୀ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ସହାୟତା ଲୋକମାନେ ବିଭିନ୍ନ ଯୋଜନା ମାଧ୍ୟମରେ ଉପକୃତ ହେବାକୁ ସେ କହିଥିଲେ । କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ଈ-ଶ୍ରମ କାର୍ଡ଼ କରିଥିଲେ ଦୁଇ ଲକ୍ଷ ଟଙ୍କାର ବୀମା ସୁବିଧା, ସାମାଜିକ ନିରାପତ୍ତା ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ଯୋଜନା ଟଙ୍କା ଶ୍ରମିକମାନଙ୍କ ଅଧିକାର ବୋଲି ଉଲ୍ଲେଖ କରିଥିଲେ ।

ସମ୍ମାନିତ ଅତିଥି ଭାବେ ହିନ୍ଦ ମଜଦୁର ସଭାର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ତ୍ରିପାଠୀ ନିର୍ମାଣ ଶ୍ରମିକ ମାନଙ୍କପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସହାୟତା ବିଷୟରେ ଉଲ୍ଲେଖ କରିଥିଲେ । ଯେପରି ଶିକ୍ଷା ସହାୟତା, ଯନ୍ତ୍ରପାତି ସହାୟତା, ବିବାହ ସହାୟତା, ପ୍ରସବ ସହାୟତା, ମୃତ୍ୟୁ କାଳୀନ ସହାୟତା, ପେନସନ ସହାୟତା ପରି ଅନେକ ସହାୟତା ସରକାର ପ୍ରଦାନ କରୁଥିବା ସେ କହିଥିଲେ । ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ସରପଞ୍ଚ ନରସିଂହ ସାହୁ, ଦିଲ୍ଲୀପ ପାତ୍ର, ରାକେଶ ସାହୁ, ପିତାମ୍ବର ପ୍ରହରାଜ, ଉର୍ମିଳା ସାହୁ, ପ୍ରମୁଖ ପରିଚାଳନା କରିଥିବାବେଳେ ତିନିସହ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଶ୍ରମିକ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ ଶେଷରେ ସଂଗ୍ରାମ କେଶରୀ ପ୍ରହରାଜ଼ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *