ବ୍ରାହ୍ମଗିରି ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ର ପ୍ରଶିକ୍ଷଣ ଶିବିର ଆରମ୍ଭ

ଆଜି ବ୍ରାହ୍ମଗିରି ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର ବ୍ରାହ୍ମଗିରି ରେ ଥିବା ଦାଶରଥୀ ପ୍ୟାଲେସ ରେ ଆରମ୍ଭ ହୋଇଛି।ଏହା ପ୍ରଶିକ୍ଷଣ ଶିବିର ତିନି ଦିନ ଧରି ଚାଲିବ । ଏଥିରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ମୁଖ୍ୟ କର୍ମୀମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ବିଜୁ ଜନତା ଦଳର ରାଜ୍ୟ ସମ୍ପlଦକ ଲେଲିନୀ ମହାନ୍ତି, ପୂର୍ବ ତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା, ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ବିଶ୍ୱପ୍ରତାପ ସାହୁ ଜିଲ୍ଲା ପରିଷଦ ଅଧ୍ୟକ୍ଷl,ବ୍ରାହ୍ମଗିରି ବ୍ଲକ ଅଧ୍ୟକ୍ଷl, ଉପାଧ୍ୟକ୍ଷl,ଉପସ୍ଥିତ ଥିଲେ। ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଙ୍କ ବିକାଶର ବର୍ତା ଲୋକଙ୍କୁ ପାଖରେ ପହଞ୍ଚେଇବା ସହିତ ବ୍ରାହ୍ମଗିରି ନିର୍ବାଚନ ମଣ୍ଡଳୀରେ ତୃଣମୂଳ ସ୍ତରରୁ ବିଜୁ ଜନତା ଦଳର କର୍ମୀ ମାନଙ୍କୁ ସଂଗଠିତ ଓ ସୁଦୁଢ କରିବା ପାଇଁ ବ୍ରାହ୍ମଗିରି ନିର୍ବାଚନ ମଣ୍ଡଳୀ ରେ ତିନିଦିନୟା ପ୍ରଶିକ୍ଷଣ ଶିବିର ମୁଖ୍ୟ ଉଦେଶ୍ୟ ବୋଲି କହିଛନ୍ତି ।

ବ୍ରହ୍ମଗିରି ରୁ ହେମନ୍ତ କୁମାର ବଳିଆରସିଂ ଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *