ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ପ୍ରଶିକ୍ଷଣ ଶିବିରର ଉଦଯାପିତ

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ପ୍ରଶିକ୍ଷଣ ଶିବିରର ଉଦଯାପିତ।ଘରେ ଘରେ ପହଞ୍ଚିବ ବିକାଶର ବାର୍ତ୍ତା ।ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶ ର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚେଇବା ସହିତ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ତୃଣମୂଳ ସ୍ତରରୁ ବିଜୁ ଜନତା ଦଳକୁ ସଂଗଠିତ କରି ସୃଦୃଢ଼ କରିବା ପାଇଁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ପ୍ରଶିକ୍ଷଣ ଶିବିର ଆରମ୍ଭ ପୂର୍ବରୁ ପୂର୍ବତନ ବାଚସ୍ପତି ସ୍ଵର୍ଗତ ମହେଶ୍ବର ମହାନ୍ତି ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ଵର୍ଗତ ଅଜୟ କୁମାର ଜେନା ଏବଂ ବ୍ରହ୍ମଗିରି ବିଜୁ ଜନତା ଦଳର ବରିଷ୍ଠ ନେତା ସ୍ଵର୍ଗତ ବିରଞ୍ଚି ନାରାୟଣ ଦାଶଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲା। ବ୍ରହ୍ମଗିରି ବ୍ଲକ ଦାସରଥି କଲ୍ୟାଣ ମଣ୍ଡପ ଠାରେ ତିନିଦିନିଆ ପ୍ରଶିକ୍ଷଣ ଶିବିରର ଆଜି ହେଉଛି ଉଦଯାପିତ। ଶେଷ ଦିନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳ ରାଜ୍ୟ ମୁଖପାତ୍ର ଲେଲିନ୍ ମାହାନ୍ତି, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରି ସଭାପତି ବିଶ୍ୱପ୍ରତାପ ସାହୁ ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ଦୀପ ଲଗାଇ ଶେଷ ଦିନର ପ୍ରଶିକ୍ଷଣ ଶିବିର ଆରମ୍ଭ କରିଛନ୍ତି।

ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବ୍ରହ୍ମଗିରି ବ୍ଲକ 29 ନଂ ଜୋନ୍ 8 ଗୋଟି ଓ ପୁରୀ ସଦର ବ୍ଲକ 2 ଗୋଟି ପଞ୍ଚାୟତର ସମସ୍ତ ୱାର୍ଡ଼ କମିଟି ଏବଂ ବୁଥୁ କମିଟିର ସକ୍ରୀୟ ସଦସ୍ୟ ସଦସ୍ୟା ଯୋଗ ଦେଇ ତାଲିମ୍ ଗ୍ରହଣ କରିଛନ୍ତି। ଏହି ପ୍ରଶିକ୍ଷଣ ଶିବିରରେ‌ ଓଡ଼ିଶା ପର୍ଯ୍ୟଟନ ବିଭାଗର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳ ରାଜ୍ୟ ମୁଖପାତ୍ର ଲେଲିନ୍ ମାହାନ୍ତି ଯୋଗଦେଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଓ ପୁରୀ ସଦର ବ୍ଳକ ବିଜୁ ଜନତା ଦଳର ସକ୍ରୀୟ ସଦସ୍ୟ ସଦସ୍ୟା ମାନଙ୍କୁ ଘରକୁ ଘର ପହଞ୍ଚି ନବୀନ ଓଡ଼ିଶା ବିକାଶର ବାର୍ତ୍ତା ଏବଂ ବ୍ରହ୍ମଗିରିରେ ବିଜୁ ଜନତା ଦଳର ସାଙ୍ଗଠନ କୁ ଆହୁରି ସୃଦୃଢ଼ ସହ ମଜବୁତ କରି ଲୋକଙ୍କ ନିକଟତର ହେବା ପାଇଁ ଉପଦେଶ ଦେଇଛନ୍ତି। ରାଜ୍ୟ ବିଜୁ ଜନତା ଦଳର ମାଷ୍ଟର ଟ୍ରେନର ଲେଲିନ୍ ମାହାନ୍ତି ଏବଂ ବିଶ୍ୱପ୍ରତାପ ସାହୁ ପ୍ରଶିକ୍ଷଣ ଶିବିରରେ‌ ତାଲିମ ପ୍ରଦାନ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଉପସ୍ଥିତ ଥିବା ସମସ୍ତ ସକ୍ରୀୟ ବିଜେଡି କାର୍ଯ୍ୟକର୍ତ୍ତା ମନୋବଳ ବଢ଼ାଇବା ସହ ଉତ୍ସାହିତ କରିଥିଲେ। ପ୍ରଶିକ୍ଷଣ ଶିବିରରେ‌ ଅନ୍ୟତମ ଅତିଥିଭାବେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ସୁର ପ୍ରସାଦ ମାହାନ୍ତି, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନାବାଳା ବେହେରା, ଉପାଧ୍ୟକ୍ଷା, ମାଳିନୀ ଦାଳାଇ, ବ୍ରହ୍ମଗିରି ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ, ବରିଷ୍ଠ ନେତା, ସମସ୍ତ ପଞ୍ଚାୟତରୁ ଆସିଥିବା ନିର୍ବାଚିତ ପ୍ରତିନିଧି ଓ ଯୁବ ଛାତ୍ରଙ୍କ ସମେତ ସକ୍ରୀୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *