ଦୁଇ ଦିନିଆ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

ପୁରୀ ୩/୯ ପୁରୀ ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ସଂସ୍କୃତି ଭବନଠାରେ ଉଦଯାପିତ ହୋଇଥିଲା।ପାରମ୍ପରିକ ଲୋକ କଳା ଯଥା ପାଲା,ଦାସକାଠିଆ,ଘୋଡାନାଚ,ଘୁଡୁକି ସଂକୀର୍ତ୍ତନ, ଖଞ୍ଜଣି ଇତ୍ୟାଦି ମାଧ୍ୟମରେ ସରକାରଙ୍କର ବିବିଧ ଜନ ହିତକାରୀ ଯୋଜନା ଗୁଡିକୁ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ରେ ଏହି ଶିବିର ପ୍ରମୁଖ ଭୂମିକା ଗ୍ରହଣ କରିବ। କଳାର ଗୂରୁ ମାନେ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହେବା ସହ ନିଜ ଲୋକକଳା ମାଧ୍ୟମରେ ଏହାକୁ ଲୋକ ମାନଙ୍କ ନିକଟରେ ଉପସ୍ଥାପନ କରିବେ।ଲୋକ ମାନଙ୍କୁ ସଚେତନ କରିବା ଦ୍ବାରା ଉପଯୁକ୍ତ ହିତାଧିକାରୀଟି ଉପକୃତ ସହଜ ହୋଇ ପାରିବ ।ହିତାଧିକାରୀ ଜଣଙ୍କ ଯୋଜନା ସମ୍ପର୍କରେ ଅବଗତ ହୋଇପାରିଲେ ନିଜକୁ ସେଥିରେ ସାମିଲ କରି ଯୋଜନାର ସୁଫଳ ପାଇପାରିବ।ଜାଣିଲେ ଜିଣିବା।ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକ ରୁ ଅଧିକ ହିତାଧିକାରୀ ସଚେତନ ହୋଇ ଏଥିରେ ଉପକୃତ ହୋଇପାରିବେ ବୋଲି ଉଦଯାପନ ଦିବସର ବକ୍ତା ମାନେ କହିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଅଧ୍ୟକ୍ଷତା କରିବା ସହ ବିବିଧ ଯୋଜନା ଓ ଏହି ସଚେତନତା କାର୍ଯ୍ୟକ୍ରମ ର ଆବଶ୍ୟକତା ସମ୍ପର୍କରେ ବିଷଦ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର ପ୍ରମୁଖ ମଧୁବାବୁ ପେନସନ ଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ ଟି ବିଦ୍ୟାଳୟ ରୂପାନ୍ତରଣ ସମ୍ପର୍କରେ ସୂଚନା ଦେଇଥିଲେ।ମୁଖ୍ୟ ପ୍ରଶିକ୍ଷକ ଭାବେ ସାହିତ୍ୟିକ ବଦ୍ରି ମିଶ୍ର ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ବସନ୍ତ କୁମାର ପ୍ରଧାନ ଯୋଗ ଦେଇ ବିସ୍ତୃତ ଭାବେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ସଚେତନତା ସମ୍ପର୍କରେ ମତ କରିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସମସ୍ତଙ୍କୁ ସ୍ୱାଗତ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା,ଶିକ୍ଷା ଓ ଯୋଗାଯୋଗ ବା ଆଇ ଇ ସି ମାଧ୍ୟମରେ ସରକାରଙ୍କ ର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ରେ ଏହି ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲେ।ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ଓ ବରିଷ୍ଠ କଳାକାର ମାନେ ଯୋଗ ଦେଇଥିଲେ।ଏହି ପ୍ରଶିକ୍ଷଣ ଶିବିର ପରେ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଥିବା ଲୋକକଳା ଦଳ ମାନଙ୍କୁ ପ୍ରଶିକ୍ଷିତ କରାଯିବା ସହ କଳାର ବିକାଶ କରାଯାଇ କଳାକାର ମାନଙ୍କୁ ପ୍ରୋତ୍ସାହିତ କରାଯିବ । ପ୍ରଶିକ୍ଷଣ ନେଇଥିବା ଲୋକକଳା ଗୁରୁ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଚଳିତ ମାସ ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ସମ୍ବଳିତ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ଗ୍ରାମ, ପଞ୍ଚାୟତ ମାନଙ୍କରେ ଆୟୋଜିତ ହେବ ବୋଲି ସଂସ୍କୃତି ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *