ଟ୍ରାଙ୍ଗୁଲାର କମିଟି ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ସ୍ତରୀୟ ଟ୍ରାଙ୍ଗୁଲାର କମିଟି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସରକାର ପ୍ରଦାନ କରୁଥିବା ଅର୍ଥ ର ସୁବିନିଯୋଗ ଓ ବିନିଯୋଗ ପ୍ରମାଣପତ୍ର ନିୟମ ଅନୁସାରେ ପ୍ରଦାନ ଏକ ବିଧି ସମ୍ମତ କାର୍ଯ୍ୟ।ତେବେ ଏହା ସଠିକ ଭାବେ କାର୍ଯ୍ୟ କାରୀ ହେଉଛି ନା ନାହିଁ ତାହାର ଅନୁଧ୍ୟାନ ଟ୍ରାଙ୍ଗୁଲାର କମିଟି କରିଥାଏ।ଏହି ଟ୍ରାଙ୍ଗୁଲାର କମିଟି ବିଭିନ୍ନ
ଆର୍ଥିକ ଅସଙ୍ଗତିକୁ ଅନୁଧ୍ୟାନ ସହ ଏହାର ତୃଟି ସୁଧାରିବାକୁ ପରାମର୍ଶ ଦେଇଥାନ୍ତି।ତେଣୁ ବିଭିନ୍ନ କାର୍ଯ୍ୟାଳୟର ଅଡିଟ ଆପତ୍ତି ଗୁଡିକୁ ଏହି ଟ୍ରାଙ୍ଗୁଲାର କମିଟି ରେ ଉପସ୍ଥାପନ କରାଇ ମୀମାଶାଂ କରାଇ ନେବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଅଡିଟ ର ବରିଷ୍ଠ ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ଦାସ, ସେକ୍ସନ ଅଫିସର ଶଶାଙ୍କ ଶେଖର ମିଶ୍ର, ବରିଷ୍ଠ ଅଡିଟ ଅଧିକାରୀ ଦୁଶାସନ ସ୍ୱାଇଁ ପ୍ରମୁଖ ଆପତ୍ତି ଥିବା ଅଡିଟ ପାରା ଗୁଡିକ ଅନୁଧ୍ୟାନ କରି ତାହାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲାପାଳ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ସମେତ ସମସ୍ତ ତହସିଲଦାର ଓ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *