NACO ର ୧୦୯୭ ଟୋଲ ଫ୍ରି ନମ୍ୱରର ପ୍ରସାରଣ

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ HIV-AIDS ଏକ ସଚେତନତା କାଯ୍ୟକ୍ରମ ସହିତ ଟୋଲଫି ନମ୍ୱର ୧୦୯୭ ର ପ୍ରମୋସନ ବିଷୟରେ ଏକ ସଭା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସିତାଂଶୁ ଭୂଷଣ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ଏଥରେ ଜିଲ୍ଲା ଏଡ଼ସପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ (D P M).ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଏବଂ ଶ୍ରୀଯୁକ୍ତ ରୁପେଶ କୁମାର ପ୍ରଧାନ ଜିଲ୍ଲା ସ୍ତରୀୟ ଏଡ଼ସ୍ ସଚେତନତା ବିଭାଗ ତରଫରୁ ମୁଖ୍ୟବକ୍ତା ଭାବେ ଅଂଶ ଗ୍ରହଣ କରି ସଭାକୁ ସଫାଲ୍ୟ ମଣ୍ଡିତ କରିଥଲେ । ଅଧ୍ୟାପକ ଡ.ରଶ୍ମିରଞ୍ଜନ ନାଥ , ବିଶ୍ଵ ରଞ୍ଜନ ଦାସ ,ଭବାନୀଶଙ୍କର ମିଶ୍ର , ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ବିଷୟ ଥିଲା ଯେ ୧୦୯୭ ର ସମ୍ପ୍ରସାରଣ ଏବଂ ସମସ୍ତ ଶିକ୍ଷାର୍ଥୀ ମାନେ ଏହାକୁ ସମ୍ପ୍ରସାରଣ କରିବା ଦିଗରେ କାର୍ଯ କରିବାକୁ ନିଷ୍ପତି ନିଆ ଯାଇଛି।ଯୁବ ରେଡକ୍ରସ୍ ର ଖୋର୍ଦ୍ଧା ଜିଲ୍ଲାର ସଂଯୋଜକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାପାତ୍ର ସଭା ସଂଯୋଜନା କରିଥିଲେ ।ସର୍ବଶେଷ ରେ ଅଧ୍ୟାପକ ଓମ୍ ପ୍ରକାଶ ପରିଡା ଧନ୍ୟବାଦ ଅର୍ପଣ କରି ସଭା ସଙ୍ଗ କରିଥିଲେ ।।