ନାରୀଙ୍କ ସୁରକ୍ଷାର ବାର୍ତ୍ତା ନେଇ ଥାର୍‌ ଗାଡ଼ିରେ ଭାରତ ଭ୍ରମଣ

ନାରୀଙ୍କ ସୁରକ୍ଷାର ବାର୍ତ୍ତା ନେଇ ଥାର୍‌ ଗାଡ଼ିରେ ଭାରତ ଭ୍ରମଣ କରିଥିବା ଯୁବତୀଙ୍କୁ ବ୍ୟାସନଗର ସ୍ଥିତ ଚୋରଦା ବାଇପାସ ଛକରେ ସମ୍ବର୍ଦ୍ଧନା ଜଣାଇଲେ ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା*ପ୍ରକାଶ ଯୋଗ୍ୟ ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳର ପିଙ୍କି ପଲେଇ ନାରୀଙ୍କ ମଧ୍ୟରେ ମନବଳ ଓ ଆତ୍ମବିଶ୍ଵାସ ବଢେଇବା ପାଇଁ ଗତ ସେପ୍ଟେମ୍ବର ମାସ ୨୦ ତାରିଖରୁ ନିଜେ ଥାର୍‌ ଗାଡି ଡ୍ରାଇଭିଂ କରି ପୁରୀରୁ ଭାରତ ଭ୍ରମଣରେ ବାହାରିଥିଲେ l ଦୀର୍ଘ ୬ ହଜାର କିଲୋମିଟର ଅତିକ୍ରମ କରି ସେ ଜାମୁକାଶ୍ମୀରର ଭାରତ ସୀମାନ୍ତ ଲଦାଖ୍ ରେ ପହଂଚିଥିଲେ l ତେବେ ପିଙ୍କି ନିଜ ଗସ୍ତ ସାରି ଆଜି ଯାଜପୁରରେ ପହଂଚିଥିଲେ l ଏହି ଖବର ପାଇଲା ପରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ବ୍ୟାସନଗର ସ୍ଥିତ ଚୋରଦା ବାଇପାସ୍ ଛକରେ ପହଞ୍ଚି ପିଙ୍କିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ l ଏଥିସହିତ ନାରୀଙ୍କ ମନରୁ ଭୟ ଛଡ଼େଇବା ପାଇଁ ପିଙ୍କିଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ସାଂସଦ ଶ୍ରୀ ବେହେରା l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *