ଭାରତୀୟ ଜନତା ପାର୍ଟି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,ସ୍ଥାନୀୟ ଲାଞ୍ଜିପଲ୍ଲୀ ସ୍ଥିତ ଚନ୍ଦନ ନଗର ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ପାର୍ଥି ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, କର୍ପୋରେଟର ବନିତା ସାହୁ, କର୍ମୀ ବୃନ୍ଦ ଓ ଚନ୍ଦନ ନଗର ବାସୀ ପ୍ରମୁଖ ଉପସ୍ଥିତ ରହି ଚନ୍ଦନ ନଗର ପ୍ରଥମ ଲାଇନ ଠାରୁ ପଞ୍ଚମ ଲାଇନ ପର୍ଯ୍ୟନ୍ତ ବୃକ୍ଷ ରୋପଣ କରିଥିଲେ। ଭାରତୀୟ ଜନତା ପାର୍ଟି କର୍ମୀ ମାନଙ୍କ ବୃକ୍ଷ ରୋପଣ କାର୍ଯ୍ୟକୁ ଦେଖି ଅଞ୍ଚଳବାସୀ କୃତଜ୍ଞତା ଜଣାଇଥିଲେ।

ରିପୋର୍ଟ : ଜ୍ୟୋତି ରଞ୍ଜନ ଗୌଡ଼, ବ୍ରହ୍ମପୁର

Leave a Reply

Your email address will not be published. Required fields are marked *