ଦଣ୍ଡେଇବେରେଣୀ ରେ ବନ ମହୋତ୍ସବ

ଗଁଦିଆ ବ୍ଳକ ଦଣ୍ଡେଇବେରେଣୀ ରେ ମା ମଙ୍ଗଳା ନର୍ସରୀ ଓ ଶକ୍ତି ମା ମଙ୍ଗଳା ସ୍ବୟଂ ସହାୟିକା ଗୋଷ୍ଠୀ ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ଜିଲ୍ଲା ପ୍ରକୃତି ବନ୍ଧୁ ସଂଗଠନ ର ସଂପାଦକ ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଜୁନ୍ ମାସ ସାତ ତାରିଖ ପୂର୍ବାହ୍ନ ରେ ବନମହୋତ୍ସବ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ କାର୍ଯ୍ୟକ୍ରମ ର ପୃଷୃପୋଷକ ପ୍ରକୃତି ବନ୍ଧୁ ଚିତ୍ତରଞ୍ଜନ କଅଁର କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତ ଙ୍କ ସହଯୋଗ ଲୋଡ଼ିଥିଲେ। ଷଡ଼ଙ୍ଗୀ ଫରେଷ୍ଟର ଉଦ୍ଧବ ବେହେରା ଗଛ ଲଗାଇବା ସହିତ ପରିବେଶ ସୁରକ୍ଷା ପାଇଁ ଅନୁରୋଧ କରିଥିଲେ। ମା ମଙ୍ଗଳା ନର୍ସରୀ ତରଫରୁ ପ୍ରାୟ ଶହେ ଜଣଙ୍କୁ ମାଗଣା ଆମ୍ବ ଚାରା ବଣ୍ଟନ କରାଯାଇଥିଲା।ବନ ବିଭାଗ ତରଫରୁ ମାଗଣା ବେଲ ଚାରା। ଓ ଅଁଳା ଚାରା ବଣ୍ଟନ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲା ପ୍ରକୃତି ବନ୍ଧୁ ସଂଗଠନ ତରଫରୁ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।