ବୁଗୁଡ଼ା କୋର୍ଟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗଞ୍ଜାମ– ଗଞ୍ଜାମଜିଲ୍ଲା ବୁଗୁଡ଼ା କୋର୍ଟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋର୍ଟର ପ୍ରଥମ ଶ୍ରେଣୀ ଅଦାଲତର ବିଚାରପତି ପରିନିତା ନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ସହ ଦକ୍ଷିଣ ଘୁମୁସର ବନଖଣ୍ଡ ଏସିଏଫ ପ୍ରଭାକର ନାୟକ,ଘୁମୁସର ଡିଭିଜନ ମୋବାଇଲ୍ ଇନଚାର୍ଯ୍ୟ ସୂର୍ଯ୍ୟମଣୀ ସେଠୀ,ଓକିଲ ସଂଘର ସଭାପତି ମିହିରକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ହରପ୍ରସାଦ ଦାଶ,ଶ୍ରୀକାନ୍ତ ଶତପଥୀ,ପ୍ରଭାତ କୁମାର ଜେନା,ବିଭୁଦତ୍ତ ନାୟକ,ସାଇ ସନ୍ତୋଷିଣୀ ପ୍ରଧାନ,ପ୍ରକାଶ ଚନ୍ଦ୍ର ଆରୁଖ,ଶୁସାନ୍ତ କୁମାର ସେଠୀ,କାହ୍ନୁଚରଣ ସାହୁ ପ୍ରମୁଖ ସୁପରିଚାଳନା କରିଥିଲେ । ତା’ସହ ନିକଟସ୍ଥ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ସମ୍ପାଦକ ତଥା ପରିବେଶବିତ୍ ତ୍ରିଲୋଚନ ପଣ୍ଡା ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ । ଏହି ପରିପ୍ରେକ୍ଷୀରେ କୋର୍ଟ ପରିସରରେ ପଚାଶରୁ ଉର୍ଦ୍ଧ୍ବ ଚମ୍ପା,ବଉଳ,ଗୁଆ,ଚନ୍ଦନ ଏବଂ ବିଭିନ୍ନ ପ୍ରକାରର ଫୁଲ ବୃକ୍ଷ ରୋପଣ କରିଥିଲେ ।

ରିପୋର୍ଟ- ତ୍ରିଲୋଚନ ପଣ୍ଡା,ଗଞ୍ଜାମ।

Leave a Reply

Your email address will not be published. Required fields are marked *