ଆଦିବାସୀ ଚେତନା ସଂଗଠନ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାଦବସନ୍ତ ଆଦିବାସୀ ବସ୍ତି ରେ ଚେତନା. ସଂଗଠନ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ବେଶ ଧୁମ ଧାମ ରେ ପାଳନ ହୋଇଯାଇଛି |ଚେତନା ସଂଗଠନ ପକ୍ଷରୁ ଏହି ସମାବେଶ ଆୟୋଜନ କରାଯାଇଥିବା ବେଳେ, ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ପ୍ରଥମେ ଏକ ଗଣ ସମାବେଶ କରିଥିଲେ |ପରେ ଆଦିବାସୀ ବାଜାର ତାଳେ ତାଳେ, ସମସ୍ତେ ଏକତ୍ରିତ ହୋଇ ଆଦିବାସୀ ଗୀତ ଗାଇ ନୃତ୍ୟ ପରିବେଷଣ କରିଥିଲେ |ଏହି ବିଶ୍ୱ ଆଦିବାସୀ ଦିବସ କୁ ଅବିସ୍ମରଣୀୟ କରିବା ପାଇଁ,ଚେତନା ସଂଗଠନ ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମ କରାଯାଉଛି ବୋଲି ସଂଗଠନ ସଭାପତି କହିଛନ୍ତି |

Leave a Reply

Your email address will not be published. Required fields are marked *