ବୋଡ଼େନରେ ବିଶ୍ଵ ଆଦିବାସି ଦିବସ ମହାସମାରୋହରେ ପାଳିତ
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ମାଁ ଦ୍ଵାରସନି ଖେଲ ପଡ଼ିଆରେ ଜିଲ୍ଲା ସ୍ତରୀୟ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ବୋଡ଼େନ ବସଷ୍ଟାଣ୍ଡ ରୁ ହଜାର ହଜାର ଆଦିବାସୀ ମାନେ ନିଜର ଅସ୍ତ୍ର ଶସ୍ତ୍ର ଧରି ବିରାଟ ଶୋଭା ଯାତ୍ରାରେ ବାହାରିଥିଲେ। ପ୍ରଥମେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ନାରା ବାଜି କରିବା ପରେ ବୋଡେ଼ନ ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ସଭାରେ ବୋଡେ଼ନ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସଭାପତି ଘାସିରାମ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଜିଲ୍ଲା ସମ୍ପାଦକ ସୋମନାଥ ଖମାରୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ,ବ୍ଲକ୍ ସଭାପତି ମଝିଆ ମାଝୀ,ଜିଲ୍ଲା ଗଣସମାଜ ସଭାପତି ଦିବ୍ୟସିଂ ମାଝୀ,ପ୍ରସନ କୁମାର୍ ମାଝୀ,ହରି ମାଝୀ,ଧନୀରାମ ଭୋଇ,ଭକ୍ତରାମ ଶବର,ନିରଞ୍ଜନ ଭୋଇ,କରୁଣା ଶଙ୍କର ମାଝୀ,ପ୍ରେମ ସିଂ ବିଶ୍ଵାଳ ଓ ଜିଲ୍ଲାର ୧୧ ଗୋଟି ଆଦିବାସୀ ସମାଜର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଓ ଆଦିବାସୀ ମାନଙ୍କ ଜଳ,ଜମି ଜଙ୍ଗଲ ଅଧିକାର ଉପରେ ମଞ୍ଚାଷିନ ଅତିଥି ମାନେ ନିଜନିଜ ମତ ବ୍ୟକ୍ତ ରଖିଥିବା ବେଳେ ବୋଡେ଼ନ ପୋଲିସ ଶୋଭା ଯାତ୍ରା ଆରମ୍ଭ ରୁ ଉପସ୍ଥିତ ରହି ସହଯୋଗ କରିଥିଲେ।
ନୂଆପଡା ଜିଲ୍ଲା ରୁ କାର୍ତ୍ତିକ ମହାନନ୍ଦ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର