ଜଗଂଲ ଜମିରେ ଆଦିବାସୀମାନେ ଲାଲ ପତାକା ପୋତିଲେ

ଜଗଂଲ ଜମିରେ ଆଦିବାସୀମାନେ ଲାଲ ପତାକା ପୋତିଲେ
ରାୟଗଡ-୧୮/୬-ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ବୁଧବାର ଦିନ ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ଜରେଡି ପଞ୍ଚାୟତର ତଳ ସିକାବାଡି ଗାଁରେ ଆଦିବାସୀମାନଙ୍କ ଦଖଲରେ ଥିବା ଜମି ଉପରେ ଲାଲ ପତାକା ପୋତିଲେ ।
ରାୟଗଡା ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ତଳ ସିକାବାଡି ଏକ ଆଦିବାସୀ ଅଧ୍ୟୁଷିତ ଜଗଂଲ ଘେରା ଭିତରେ ଅବସ୍ଥିତ। ଏହି ଗାଁ ଦୁଇ ପାର୍ଶ୍ବରେ ପାହାଡ଼ ପର୍ବତ ରହିଛି ।ମଧ୍ୟମ ଯାଗା ରେ 80 ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି ।
ସମ୍ଭିଧାନର 5ମ ଅନୁଛେଦ ରେ ଗାଁ ଳର ଆଦିବାସୀମାନେ ଜଗଂଲ ଜମି ପାଇବାର ଅଧିକାର ଅଛି କିନ୍ତୁ ଆଦିବାସୀ ମାନଙ୍କୁ ସରକାର ଠକି ଦେଇଛନ୍ତି। ଏ ଗୋଟିଏ ଗାଁରେ ନୁହଁ ରାୟଗଡ଼ା ଜିଲ୍ଲାର ପ୍ରତେକ ଆଦିବାସୀ ଗାଁ ମାନଙ୍କରେ ଏ ଅବସ୍ଥା। ଆଦିବାସୀ ଅଞ୍ଚଳରେ ଅଣ ଆଦିବାସୀମାନଙ୍କ ପ୍ରବେଶକୁ ସରକାର ସୁଯୋଗ ଦେଉଛି ଯାହା ଫଳରେ ଆଦିବାସୀ ଜମିର ଅଧିକାର ପାଇ ପାରୁନାହାନ୍ତି।
ଆଦିବାସୀ ଅଞ୍ଚଳରେ ଆଦିବାସୀ ମାନଙ୍କୁ ଠକି କୁମୁଟି, ଶୁଣ୍ଢି, ସୁନାରି, କ୍ୟାମ୍ପ,ବ୍ରାହ୍ମୁଣ ଓ ଅନାନ୍ୟ ଅଣ-ଆଦିବାସୀ ମାନଙ୍କ ଜମି ଥିଲେ ପଟା ରଦ୍ଧ କରିବା ପାଇଁ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଚଳିତ ମାସ 06 06 2025 ତାରିଖ ଦିନ କୋଲନରା ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ 21 ଦଫା ଦାବି ମୁଖ୍ୟମନ୍ତ୍ରୀକଂ ଉଦ୍ଧେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଶହ ଶହ ବର୍ଷ ଧରି ଆଦିବାସୀମାନଙ୍କୁ ଅବହେଳା କରିଆସୁଥିବାରୁ ଆଦିବାସୀ ନିଜ ଜମି ଆଜି ନେଇଛନ୍ତି l ଆଦିବାସୀ ଅଞ୍ଚଳରେ ସରକାର କର୍ପୋରେଟ ମାନକୁଂ ଜମି ଦେଉଥିବା ବେଳେ ଆଦିବାସୀ ମାନଙ୍କୁ ଅଣ ଦେଖା କରୁଛନ୍ତି l ଦଖଲ ଓ ଅଧିକାର କୁ ଶାଗୁଣା ଝାମ୍ପି ନେବା ପାଇଁ ଚେଷ୍ଟା କରୁଛନ୍ତି l ସରକାର ଓ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ଆଦିବାସୀ ସଂଘର୍ଷ ମୋର୍ଚା (ASM) ର ସର୍ବ ଳ୍ମଞ୍ଚଭାରତୀୟ ନେତା ତ୍ରିପତି ଗମାଙ୍ଗ ଓ ପୂର୍ବତନ ସରପଞ୍ଚ ଅନିରୁଦ୍ଧ ନିଶିକା,ୱାର୍ଡ ମେମ୍ଭର କ୍ରିଷ୍ଟା ପଦକା ଦାବି କରିଛନ୍ତି।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *