ଆଶାକର୍ମୀଙ୍କ ଜିଲ୍ଲା ସମ୍ପାଦିକା ସାଥୀ ନଳିନୀ ଦାସଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ।

ନୟାଗଡ଼,୧୭ ଜୁନ :– ଆଜି ଦିବା ୧୧ ଘଟିକା ସମୟରେ ଓଡ଼ିଶା ଆଶା କର୍ମୀ ଆସୋସିଏସନ ର ନୟାଗଡ଼ ଜିଲ୍ଲା ସମ୍ପାଦିକା ତଥା ସି ଆଇ ଟି ୟୁ ର ରାଜ୍ଯ କମିଟି ସଭ୍ୟା ସାଥୀ ନଳିନୀ ଦାସ (୫୬) ଙ୍କ ଏକାଦଶାହ ରେ ତାଙ୍କର ଶ୍ରଦ୍ଧାଞ୍ଜଳୀ ଉଦ୍ଧେଶ୍ୟରେ ଶତାଧିକ ଆଶାକର୍ମୀଙ୍କ ଏକ ଫଟୋ ଶୋଭାଯାତ୍ରା ସହ ଗ୍ରାମ ପରିକ୍ରମା କରିଥିଲେ। କ୍ରିଦାଶପୁର ଠାରେ ବିଶଷ୍ଟ ଶ୍ରମିକ ନେତା ସାଥୀ ବିଶ୍ଵନାଥ ମହାପାତ୍ର ଙ୍କ ସଭାପତିତ୍ବ ରେ ଏକ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇ ଯାଇଛି।ସାଥୀ ଦାସ ଙ୍କ ଫଟୋ ଚିତ୍ର ରେ ଉପସ୍ଥିତ ସମସ୍ତ ଅତିଥି , ଆଶାକର୍ମୀ , ବନ୍ଧୁ ବାନ୍ଧବ ଓ ଗ୍ରାମ ବାସୀମାନେ ପୁଷ୍ପାର୍ପଣ କରିବା ପରେ ତାଙ୍କ ଉଦ୍ଦେଶ୍ଯରେ ଏକମିନିଟ୍ ଶୋକ ଶ୍ରଦ୍ଧାଞ୍ଜଳୀ ଜଣାଯାଇ ଥିଲା। ସାଥୀ ନଳିନୀ ଦାସ ଏକାଧାରାରେ ଜଣେ ମିଷ୍ଟ ଭାସି,ବନ୍ଧୁ ବତ୍ସଳ,ସାଥୀ ପ୍ରେମୀ,ଭଲ ଗୃହିଣୀ ଓ ସାହାସୀ ମହିଳା ଅଟନ୍ତି। ସେ ଏକାଧାରାରେ ଅନେକ ଗୁଣର ଅଧିକାରିଣୀ ଥିଲା ବେଳେ ଆଶାକର୍ମୀ ଓ ସମସ୍ତ ସ୍କିମି ଶ୍ରମିକ ମାନଙ୍କ ଅଧିକାର ପାଇଁ ସାଲିସ୍ ହୀନ ସଂଗ୍ରାମ କରୁଥିଲେ।ଉପସ୍ଥିତ ବକ୍ତା ମାନେ ତାଙ୍କ ର ସ୍ମୃତି ଚାରଣ କରି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଶ୍ରମିକ ଶ୍ରମ ଯିବି ଜନ ଗଣ ଙ୍କ ଅଧିକାର ପାଇଁ ଲଢିବା ସହ ନୟାଗଡ଼ ଜିଲ୍ଲାରେ ସଂଗଠନ କୁ ସୁଦୃଢ଼ କରିପାରିଲେ ହିଁ ସାଥୀ ଦାସ ଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତା ମାନେ କହିଥିଲେ।

ସି ଆଇ ଟି ୟୁ ର ଜିଲ୍ଲା ଆବାହକ ତଥା ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ର,ସିଟୁର ରାଜ୍ୟ ସମ୍ପାଦକ ତଥା ଅଶା କର୍ମୀ ସଂଗଠନର ରାଜ୍ୟ ଉପସଭାପତି ସୁରେଶ ସ୍ଵାଇଁ,ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ,ପୂର୍ବତନ ସରପଞ୍ଚ ଦୁତି ବାମନ ବେହେରା,ଅଙ୍ଗନବାଡି କର୍ମୀ ଜ୍ୟୋତ୍ସ୍ନା ରାଣୀ ପଣ୍ଡା,ଏ ଏନ ଏମ ଦିଦି , ଜିଲ୍ଲା ସଭାପତି ଚାପ ଧାରୀ ରାଉତ ,ଜିଲ୍ଲା ସଂଗଠନର ନେତ୍ରୀ ସଂଯୁକ୍ତା ସେଠୀ, କାଳନ୍ଦି ନାୟକ,ପ୍ରତିଭା ବେହେରା,ବାସନ୍ତି ବେହେରା,ସରୋଜିନୀ ସାହୁ,ସଶ୍ମିତା ପଟ୍ଟନାୟକ,ମଙ୍ଗୁଳି ରାଉତ , ସରୋଜିନୀ ତ୍ରିପାଠୀ,ଜାମିନୀ ରାଣୀ ବେହେରା,ସନ୍ତୋଷିନୀ ସାହୁ ଓ ରୂପମଞରୀ ସାହୁ ପ୍ରମ୍ମୁଖ ସ୍ମୃତି ଚାରଣ କରିଥିଲେ। ଉକ୍ତ ଖବର ଟି ପ୍ରକାଶନ ଓ ପ୍ରସାରଣ ପାଇଁ ନିବେଦନ। ନିବେଦକ।ସୁରେଶ ସ୍ଵାଇଁ, CITU ନୟାଗଡ଼ ଜିଲ୍ଲା କମିଟି। ମୋ- 9348590229 ଉକ୍ତ ଖବର ଟି ପ୍ରକାଶନ ଓ ପ୍ରସାରଣ ପାଇଁ ନିବେଦନ। ନିବେଦକ। ସୁରେଶ ସ୍ୱାଇଁ, ଓଡିଶା ଆଶାକର୍ମୀ ଆସୋସିଏସନ, CITU, ରଣପୁର।

Leave a Reply

Your email address will not be published. Required fields are marked *