ତିହିଡି ଯୁବମଞ୍ଚ ପକ୍ଷରୁ ଶହୀଦ ତାପସ ମଲ୍ଲିକଙ୍କୁ ଶ୍ରଦ୍ଧାଞ୍ଜଳି

ତିହିଡ଼ି ୨୦/୦୭: ଆତଙ୍କବାଦୀମାନଙ୍କ ସହ ଗୁଳି ବିନିମୟ ବେଳେ ୨୦୦୫ ମସିହାରେ ଆଜିର ଦିନରେ ଦେଶମାତୃକା ପାଇଁ ନିଜ ଜୀବନକୁ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଶହୀଦ ତାପସ ମଲ୍ଲିକଙ୍କ ଗ୍ରାମ ଉତ୍ତରବାହା ଠାରେ ନିର୍ମିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରାଦ୍ଧଞ୍ଜଳି ଜ୍ଞାପନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ସଭାପତି କୈଳାସ ବେହେରା ସୋସିଆଲ ମିଡିଆ ସଂଯୋଜକ ନିରଞ୍ଜନ ବାରିକ, ସଦସ୍ୟ ସୈାମ୍ୟ ଗୋପାଳ ନାୟକ, ଅଭିଜିତ ନାୟକ, ସୁମନ ଦିକ୍ଷିତ ପ୍ରମୁଖ ଉପସ୍ଥିତ ରହି ଶହୀଦ ତାପସଙ୍କ ସ୍ମୃତି ଚାରଣ କରିଥିଲେ ।