ରେଳ ଦୁର୍ଘଟଣା ରେ ମୃତକ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ଖ ସ୍ୱେଚ୍ଛାସେବୀ ସେବୀ ଅନୁଷ୍ଠାନ ସେବା ଆନୁକୁଲ୍ୟରେ ଗତ ଦୁଇ ତାରିଖରେ ବାହାନଗା ଠାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ରେଳ ଯାତ୍ରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ଆହତ ଯାତ୍ରୀ ମାନଙ୍କ ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ ସେବା ପରିସର ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ସେବାର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଓ ଉପ ସଭାପତି ସଞ୍ଜୟ କୁମାର ସୁବୁଦ୍ଧି ଙ୍କ ପ୍ରତ୍ୟକ୍ଷ ତତ୍ବାବଧା ନ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ସମସ୍ତ ପ୍ରକଳ୍ପର କର୍ମଚାରୀ ଓ ଅନ୍ତେଃବାସୀ ମନେ ଯୋଗ ଦେଇ ମୃତକ ମାନଙ୍କ ଅମର ଆତ୍ମାର ସଦ୍ଗତି କାମନା ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଦୀପ ଦାନ କରିଥି ଲେ l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସ୍ୱତନ୍ତ୍ର ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଓ ସ୍ଵଧାର ଗୃହର ତତ୍ତ୍ୱାବଧାରକ ବନିତା ମଲ୍ଲିକ ପରିଚାଳନା କରି ଥିଲେ l