ଅପରେସନ ସିନ୍ଦୁର ପାଇଁ ତ୍ରିରଙ୍ଗା ବାଇକ ଯାତ୍ରା

Date-26/05/25-ଜଗତସିଂହପୁର ଜିଲ୍ଲା ବାଲିକୁଦା ଠାରେ ଅପରେସନ ସିନ୍ଦୁରର ସଫଳତା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଶୋଭାଯାତ୍ରା ବିଜେପି ପାର୍ଟି କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିବା ସହିତ କଣିଆ ନିକଟରେ ଶେଷ ହୋଇ ଥିଲା । ବାଲିକୁଦା ର ବିଜେପି ନେତା ସତ୍ୟ ସାରଥୀ ମହାନ୍ତି ଙ୍କ ନେତୃତ୍ୱରେ ଶତାଧିକ ବିଜେପି ନେତା, କର୍ମୀ ଓ ଜନସାଧାରଣ ମାନେ ଯୋଗ ଦେଇଥିଲେ । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଆତଙ୍କବାଦ ବିରୋଧ ରେ ଦେଶର ଅଭିଯାନ କୁ ଆହୁରି ସଶକ୍ତ କରିବ ଓ ବୀର ଯବାନ ମାନଙ୍କ ମନବଳକୁ ଆହୁରି ଶକ୍ତିଶାଳୀ କରିବ ବୋଲି ନେତା ଓ କର୍ମୀମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *