ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ତିନି ଚକିଆ ସାଇକେଲ ଓ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ
ରାଜ୍ୟ ସରକାର ଭିନ୍ନକ୍ଷମ ଲୋକଙ୍କ ନିମନ୍ତେ ବିଭିନ୍ନ ବ୍ୟବହାରିକ ଉପକରଣ ଯୋଗେଇଦେବା ବେଳେ ଆଜି ନୂଆସାହି ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ ଗୋଷ୍ଠି ଅନ୍ତେନିବାସୀ ଶିକ୍ଷା ସମ୍ବଳ କେନ୍ଦ୍ରରେ ବାଲିଗୁଡା ବ୍ଲକ ସ୍ତରୀୟ ଭିନ୍ନକ୍ଷମଙ୍କୁ ତିନି ଚକିଆ ସାଇକେଲ ସହିତ ବିଭିନ୍ନ ବ୍ୟବହାରିକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠି ଶିକ୍ଷା ବିଭାଗ ବାଲିଗୁଡା ପକ୍ଷରୁ ଦୁଇ ଜଣ ଗୋଷ୍ଠି ସମ୍ବଳ ଶିକ୍ଷକ ଶମ୍ଭୁ ପ୍ରସାଦ ମେହେର ଓ ସିତାଂଶୁ ଭୂଷଣ ମେହେର ନେତୃତ୍ବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ଦ୍ୱାରା ଭିନ୍ନକ୍ଷମ ମାନଙ୍କୁ ତିନି ଚକିଆ ଯାନ ଓ ଭିନ୍ନକ୍ଷମଙ୍କ ବ୍ୟବହାରିକ ଉପକରଣ ପ୍ରଦାନ କରାଯାଇଛି ।ମିଳିଥିବା ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମରେ ବ୍ଲକର 55 ଜଣ ଦିଵ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଛୋଟ ପୁଅ ଝିଅ ମଧ୍ୟ ଭାଗ ନେଇଥିବା ବେଳେ 20 ଭିନ୍ନକ୍ଷମ ପିଲାଙ୍କୁ ତିନି ଚକିଆ ଯାନ ବଣ୍ଟନ କରାଯାଇଛି ଓ ଅନ୍ୟ ବ୍ୟବହାରିକ ଉପକରଣ ବଣ୍ଟନ କରାଯାଇଛି ।ରାଜ୍ୟ ସମଗ୍ର ଶିକ୍ଷା ବିଭାଗ ଭୁବନେଶ୍ୱରରୁ ଡାକ୍ତର ଆସି ଭିନ୍ନକ୍ଷମଙ୍କୁ ଚିହ୍ନଟ କରିବା ସହିତ ନୂତନ ଭାବେ ରେଜିଷ୍ଟ୍ରେସନ କରିଥିବା ଦେଖିବାକୁ ମିଳିଛି । ଆଗାମୀ ସମୟରେ ଅନ୍ୟ ମାନଙ୍କୁ ମଧ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗୋଷ୍ଠୀ ସମ୍ବଳ କେନ୍ଦ୍ର ଅଧିକାରୀ ।ଉକ୍ତ କାର୍ଯ୍ୟକ୍ରମକୁ ପ୍ରକାଶ ଚନ୍ଦ୍ର ମହାରଣା ଓ ଦିଗାମ୍ବର ଦିଗାଲ ସହଯୋଗ କରିଥିବା ଦେଖିବାକୁ ମିଳିଛି ।
ରିପୋର୍ଟର – ଭବାନି ଶଙ୍କର ଜେନା ବାଲିଗୁଡା