ତ୍ରିନାଥ ଜୀଉଙ୍କ ୨୨ ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଗଣିଆ – ଗଣିଆ ଥାନା ପରିସରରେ ଥିବା ତ୍ରିନାଥ ଜୀଉଙ୍କ ୨୨ ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହୋଇଯାଇଛି । ଶନିବାର ଅଙ୍କୁରାରୋପଣ, ଅଧିବାସ, ଗର୍ଭାଧାନ କାର୍ଯ୍ୟକ୍ରମ ସମ୍ପର୍ନ୍ନ ହୋଇଥିବା ବେଳେ ରବିବାର ନୂତନ ବିଗ୍ରହ ପ୍ରତିଷ୍ଠା, ହୋମଯଜ୍ଞ ଏବଂ ପୁରାତନ ବିଗ୍ରହଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କର୍ତ୍ତା ଭାବେ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଉପସ୍ଥିତ ଥିବା ବେଳେ ପୂଜକ ଭାବେ ପଣ୍ଡିତ ବିଶେଶ୍ୱର ମିଶ୍ର ପୂଜାର୍ଚ୍ଚନା କରିଥିଲେ । ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ମନୋରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦର ବନ୍ଦୋବସ୍ତ କରାଯାଇଥିଲା ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ