କରାଳ ଚକ୍ରଭିୟୁ ଭିତରୁ ଅଳ୍ପକେ ବର୍ତ୍ତିଗଲେ ତ୍ରିନାଥ ସାହୁ

ଜୁନ୍ ଦୁଇ ତାରିଖ ସନ୍ଧ୍ୟାର କଳା ବାଦଲ ବାଲେଶ୍ବର ଜିଲ୍ଲା ବାହାନଗା ପରିବେଶକୁ ଅନ୍ଧକାର କରିଦେଇଥିଲା। ଶହ ଶହ ଜୀବନ ଦିପ ଲିଭିଯାଇଥିଲା। ସେଦିନର ସେହି ହୃଦୟ ବିଦାରକ ପରିସ୍ଥିତିକୁ ମନେ ପକାଇ, ଆଜି ଜଟଣୀ ପୋଷ୍ଟ ଅଫିସ ଛକ ବଜାର କମିଟି, ସଭାପତି ଶ୍ରୀ ହେମନ୍ତ ସୁନ୍ଦରା, ସମ୍ପାଦକ ଶ୍ରୀ ମାନସ ମିଶ୍ର, ପ୍ରେସ୍ କ୍ଲବ, ବରିଷ୍ଠ ଆଇନଜୀବୀ ଶ୍ରୀ ଉମାଶଙ୍କର ମିଶ୍ର ଏବଂ ଜଟଣୀର କେତେକ ବୁଦ୍ଧିଜିବୀ ମାନଙ୍କ ଉପସ୍ଥିତି ଏବଂ ସହୋଯୋଗରେ ପାଳନ କରାଯାଇଛି ଏକ କ୍ୟାଣ୍ଡଲ ଶୋଭାଯାତ୍ରା ତାହା ସହିତ ବିଭିନ୍ନ ମେଡିକାଲରେ ଚିକିତ୍ସାଧିନ, ସମସ୍ତଙ୍କ ପାଇଁ ଆସୁ ଆରୋଗ୍ଯ କାମନା, ଶୋକସନ୍ତପ୍ତ ପରିବାର ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ନିବେଦନ କରି ନିରବ ପ୍ରାର୍ଥନା କରାଯାଇଥିଲା। ସେଭଳି ଦୁର୍ଦିନ ଲୁହ ଭରା କାହାଣୀକୁ ଓଡିଶା ବାସି କେବେବି ଭୁଲି ପାରିବେ ନାହିଁ। ସେହି କରାଳ କାଳିମାର ଏକ ନମୁନା, ଜଟଣୀ ପୋଷ୍ଟ ଅଫିସ ଛକ ବଜାର କମିଟି ଖୋଜି ପାଇଥିଲା। ପ୍ରକାଶ ଥାଉକି, ସେ ଦିନର କରାଳ ଅନ୍ଧକାର ଭିତରୁ ବାହାରି ଆସିଥିଲେ ଜଣେ ପେଣ୍ଟ୍ରିକାର ମେନେଜର, ନାମ ତାଙ୍କର ତ୍ରିନାଥ ସାହୁ, ଘର ଜଟଣୀ ସ୍ଥିତ ରାଜାବଜାର, ଗୋଡର ପାଦ ତାଙ୍କର ଚୁଲାରେ ବସିଥିବା ଗରମ ପାଣି ଛିଟିକିପଡି ବିବର୍ନ ହୋଇ ଜାଇଛି। ପୋଷ୍ଟ ଅଫିସ ଛକ ବଜାର କମିଟି ସଭାପତି ଶ୍ରୀ ହେମନ୍ତ ସୁନ୍ଦରାଙ୍କ ଅନୁରୋଧ ରକ୍ଷାକରି ବଜାର କମିଟି ସହିତ ଯୋଗ ଦେଇଥିଲେ।ସେଦିନର ପରିସ୍ଥିତି, ନିଜର ସ୍ଥିତି ଏବଂ କେଉଁ ଭଳି ଉଧାର ହୋଇଥିଲେ, ଶ୍ରୀ ସାହୁ ନିଜର ବକ୍ତବ୍ଯ ରେ କହିଥିଲେ ଆସନ୍ତୁ ସୁଣିବା।