ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ

-କାମାକ୍ଷାନଗର ଥାନା ଅନ୍ତର୍ଗତ ଆଲୁଅଝରଣ ଥରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଆଲୁଅଝରଣ ଗ୍ରାମର ମନୋଜ କୁମାର ନାଏକ (୩୨ )l ମନୋଜ ଅଁଳାବେରେଣୀ ରୁ ନିଜ ବାଇକ ରେ ଘରକୁ ଫେରୁଥିଲେ l ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ମନୋଜ ଙ୍କୁ ଧକ୍କା ଦେଇଥିଲା. l ଫଳରେ ମନୋଜ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ଗ୍ରାମବାସୀ ମନୋଜଙ୍କୁ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି

Leave a Reply

Your email address will not be published. Required fields are marked *