ସତ୍ ସଙ୍ଗ ହିଁ ସମାଜରେ ଶାନ୍ତି ପ୍ରତିଷ୍ଠାର ଅମୋଘ ଅସ୍ତ୍ର

ସତ୍ ସଙ୍ଗ ହିଁ ସମାଜରେ ଶାନ୍ତି ପ୍ରତିଷ୍ଠାର ଅମୋଘ ଅସ୍ତ୍ର। ଡେଲାଙ୍ଗ ସତ୍ ସଙ୍ଗ ହିଁ ପ୍ରତ୍ୟେକ ଜୀବନ ଓ ସମାଜରେ ଶାନ୍ତି ଆଣିବାର ଅମୋଘ ଅସ୍ତ୍ର ବୋଲି ରେଞ୍ଚ ଗ୍ରାମ ପଞ୍ଚାୟତ ଅଧୀନ ପ୍ରହରାଜପୁର ବ୍ରାହ୍ମଣ ଶାସନସ୍ଥ ମଙ୍ଗଳା ମନ୍ଦିର ପରିସରରେ ଶତାୟୁ ଧର୍ମ ପରାୟଣା ମହିଳା ଆଶାମଣି ବେହେରାଙ୍କ ଏକାଦଶହରେ ଆୟୋଜିତ ସତ୍ ସଙ୍ଗ, ଆଧ୍ୟାତ୍ମିକ ଚେତନା ଧର୍ମୀ କାର୍ଯ୍ୟକ୍ରମରେ ସଜ୍ଜନ୍ ବୃନ୍ଦ ମତବ୍ୟକ୍ତ କରିଛନ୍ତି। ସ୍ବର୍ଗତା ବେହେରାଙ୍କ ସୁପୁତ୍ର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ବେହେରା,ନାତି ଶିକ୍ଷକ ରାଜକିଶୋର ବେହେରା , ପ୍ରାକ୍ତନ ସମିତି ସଭ୍ୟ ଲକ୍ଷ୍ମଣ ଦୟଣା,ଡାକ୍ତରୀ ଛାତ୍ର ଭାଗ୍ୟଜ୍ୟୋତି ବେହେରା, ପ୍ରଭାକର ପରିଡ଼ାଙ୍କ ସମ୍ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସତ୍ ସଙ୍ଗ ଓ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ପ୍ରବଚକ ପ୍ରମୋଦ ନାୟକ, ସୁଧୀର ଜେନା, ଦିଲ୍ଲୀପ ସ୍ବାଇଁ,ସୁମନ୍ତ ମହାପାତ୍ର, ଭଗବତ୍ ପ୍ରେମୀ ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ, ଦିଲ୍ଲୀପ ନାୟକ ,ଅଭୟ ସାହୁ, ଗାୟକ ସାଗର ବଳ, ହରିହର ଜେନା,ପ୍ରତାପ ପୃଷ୍ଟି ,ରଞ୍ଜନ,ଡାକ୍ତର ସଂଗ୍ରାମ ପ୍ରଧାନ ପ୍ରମୁଖ ଯୋଗଦେଇ ହରି କଥାମୃତ ଆଲୋଚନା ପୂର୍ବକ ସମବେତ ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ମାର୍ଗ ଆପଣେଇବାକୁ ନିବେଦନ କରିଥିଲେ । ସ୍ବର୍ଗତା ବେହେରାଙ୍କ ପୁତ୍ର ବଧୁ ଶିକ୍ଷୟିତ୍ରୀ ପୁଷ୍ପଲତା ଦେଇ ସମସ୍ତଙ୍କୁ ଉତ୍ତରୀୟ ଦେଇ ଆତିଥେୟତା ପ୍ରଦାନ କରିଥିଲେ। ଏଥିରେ ପିପିଲି ବିଧାୟକଙ୍କ ଧର୍ମପତ୍ନୀ ଜାଗୃତି ପଣ୍ଡା ମହାରଥୀ, ପ୍ରାକ୍ତନ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷ ବୈରାଗୀ ଜେନା, ବର୍ତ୍ତମାନର ଡେ଼ଲାଙ୍ଗ ବ୍ଲକ୍ ଅଧ୍ୟକ୍ଷ ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସମାଜସେବୀ ପ୍ରଦୀପ ସ୍ବାଇଁ, ସୌଭାଗ୍ୟ ବରାଳ, ରତ୍ନାକର ଜେନା, ଜିତେନ୍ଦ୍ର ପ୍ରଧାନ,ବିକ୍ରମ ମହାପାତ୍ର, ଭାସ୍କର ମହାପାତ୍ର,ଶିକ୍ଷାବିତ୍ ଗୁରୁ ଚରଣ ବଳ, ଭୁବନେଶ୍ୱର ସ୍ବାଇଁ,ଅଭୟ ରଥ, ପ୍ରଶାନ୍ତ ଦାସ, ଅମରେନ୍ଦ୍ର ପ୍ରଧାନ, ଭଗବାନ ସାହୁ, ଫକିର ଦାସଙ୍କ ସହ ଶତାଧିକ ଶ୍ରଦ୍ଧାଳୁମାନେ ଯୋଗଦେଇ ହରିଙ୍କ କଥା ଶ୍ରବଣ ସହ ସ୍ବର୍ଗତା ଆତ୍ମାର ସଦ୍ଗତି ପାଇଁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରି ରବିନ୍ଦ୍ର ବେହେରାଙ୍କ ପରିବାର ବର୍ଗଙ୍କୁ ଆଶୀର୍ବାଦ କରିଥିଲେ । ।ରାମ,ସୁରଥ,ପବନା,ବିଜୟ,ପ୍ରମୋଦ,ରବି ସମସ୍ତଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ଶିକ୍ଷକ ରବୀନ୍ଦ୍ର ବେହେରାଙ୍କ ଦ୍ବାରା ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *