ଦ୍ବି ଦିବସୀୟ ଲକ୍ଷ ପତି ଦିଦି ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ କର୍ମଶାଳା ଉଦଯାପିତ!

ଭୁବନେଶ୍ୱର ତା 12.03.2025ରିଖ :-ଆଜି ଜଟଣୀ ବ୍ଲକ ଅନ୍ତର୍ଗତ ଦକ୍ଷତା ବିକାଶ କେନ୍ଦ୍ର (ଏସ. ଡି. ଆଇ ) ତରାବୋଇ ଠାରେ ଗତକାଲି ଠାରୁ ଅନୁଷ୍ଠିତ ହୋଇଥିବା ଲକ୍ଷ ପତି ଦିଦି କର୍ମଶାଳା ଉଦଯାପିତ ହୋଇ ଯାଇଅଛି l ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପାଳ, ଖୋର୍ଦ୍ଧା ଶ୍ରୀ ପ୍ରତାପ କୁମାର ବେଉରିଆ ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ କର୍ମଶାଳାକୁ ସମ୍ବୋଧିତ କରି କହିଲେଯେ ଆମ ସଂସ୍କୃତି ମହାନ, ଯେଉଁଥିରେ ପ୍ରାଚୀନ କାଳରୁ ନାରୀକୁ ଅବଳା ଦୁର୍ବଳା କେହି କହି ନାହାନ୍ତି l ଆମର ସଂସ୍କୃତି ସୀତା ସାବିତ୍ରୀ ର ସଂସ୍କୃତି, ମହିଳାମାନେ ପ୍ରାଚୀନ ସମୟରୁ ସାହାସୀ ଥିଲେ ଯାହା ଲକ୍ଷ୍ମୀବାଇ ଙ୍କ ଚରିତ୍ରରୁ ଜଣାପଡେ l ସରକାରଙ୍କ ତରଫରୁ ଯେଉଁ ଯୋଜନା ପ୍ରଣୟନ ହେଉଛି ତାହା ନାରୀଶକ୍ତିକୁ ଉଜ୍ଜୀବିତ କରି ମୁଖ୍ୟ ସ୍ରୋତରେ ସାମିଲ କଲେ ରାଷ୍ଟ୍ରର ସାମାଜିକ ଓ ଅର୍ଥନୈତିକ ଉତ୍ଥାନ ସମ୍ଭବ ହେବାସହ ମହିଳା ମାନେ ଅସୀମ ଶକ୍ତିର ଆଧାର ହୋଇ ପାରିବେ ବୋଲି ସେ ପ୍ରକାଶ କରିଥିଲେ l

ସେ ଆହୁରି ମଧ୍ୟ କହିଥିଲେଯେ ଲକ୍ଷପତି ଦିଦି ଯୋଜନାକୁ ଅଧିକରୁ ଅଧିକ ସାକାର କରିବାକୁ ସରକାର ବଧ୍ୟ ପରିକର ଅଟନ୍ତି ଯାହା ରାଜ୍ୟର ଦ୍ରୁତ ବିକାଶକୁ ତ୍ୱରାନ୍ୱିତ କରି ପାରିବ l ସମ୍ମାନିତ ଅତିଥି ସ୍ୱାଗତ ସମ୍ଭାଷଣରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେଯେ ଲକ୍ଷପତି ଦିଦି କର୍ମଶାଳା ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନର ଉତ୍କୃଷ୍ଟ କାରିଗରୀ କୌଶଳ, ପାରମ୍ପାରିକ କୁଟୀର ଓ ହସ୍ତକଳା ଶିଳ୍ପ ମହିଳା ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରାଇବାସହ ଲକ୍ଷପତି ଦିଦିରୁ କୋଟିପତି ଦିଦି ହେବାର ରାସ୍ତା ଦେଖାଇବ l ସ୍ୱୟଂ ସାହାୟିକା ଗୋଷ୍ଠୀ ମାନେ (ଏସ ଏଚ ଜି )ରୁ ଏସ ଏମ ଇ ତଥା ଓରମାସ ସହଯୋଗରେ କୃଷି ଓ ଅଣକୃଷି ଶିଳ୍ପ କ୍ଷେତ୍ରରେ ସ୍ଥାନୀୟ ପରିବେଶ ଓ ବିପଣନ୍ନ ଚାହିଦା ଅନୁଯାଇ ମହିଳା ମାନେ ଉଦ୍ୟୋଗୀ ହୋଇ ଆଗକୁ ଆଗକୁ ବଢିବା ପାଇଁ ଆହ୍ୱାନ ଦେଇଥିଲେ l

ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି,ସ୍ମିତା ମହାନ୍ତି, ସାଧାରଣ ପରିଚାଳକ, ଡି ଆଇ ସି, ଶୁଚିସ୍ମିତା ମଲ୍ଲିକ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ,ବି ଡି ଓ, ଖୋର୍ଦ୍ଧା, କ୍ଷୀରlଦି ତନୟା ସାହୁ, ବି ଡି ଓ, ଟାଙ୍ଗୀ, ରୁମାନା ଜାଫ୍ରି ପ୍ରମୁଖ ଯୋଗଦେଇ ନିଜ ନିଜ ବିଭାଗୀୟ ମହିଳା ସଶକ୍ତି କରଣ କାର୍ଯ୍ୟ ଏବଂ ମହିଳା ମାନଙ୍କ ଦ୍ୱାରା ଗ୍ରାମୀଣ ଉତ୍ପାଦ କିଭଳି ବ୍ୟାପକ ପ୍ରଚାର ହେବାସହ ଏହାର ବିକ୍ରିବଟା ବୃଦ୍ଧି ହେବ ସେ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ପ୍ରାରମ୍ଭରେ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରକାଶ ଥାଉକି ଖୋର୍ଦ୍ଧା ଜିଲ୍ଲାରେ 57ହଜାର ଲକ୍ଷପତି ଦିଦି ଯୋଜନାରେ ସାମିଲ ହେବାକୁ ଲକ୍ଷଧlର୍ଯ୍ୟ ଥିବାବେଳେ 21ହଜାର ଲକ୍ଷପତି ଦିଦିଙ୍କୁ ଯୋଜନାରେ ସାମିଲ କରାଜାଇଅଛି l ଅନ୍ୟ ମାନଙ୍କ ମଧ୍ୟରେ ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା, କୃଷି ମିତ୍ର, ପ୍ରାଣୀ ମିତ୍ର କର୍ମଶାଳlରେ ଯୋଗଦେଇଥିଲେ l