ଦୁଇଟି ପରିବା ଦୋକାନରୁ ଚୋରୀ,ସନ୍ଦେହରେ ଜଣେ ଅଟକ

ଗଣିଆ – ଗଣିଆ -ଦଶପଲ୍ଲା ରାସ୍ତାରେ ପରିବା ଦୋକାନ କରିଥିବା ଦୁଇ ଜଣ ପରିବା ବ୍ୟବସାୟୀଙ୍କ ଦୋକାନରୁ ଚୋରୀ ହୋଇଥିବା ଜଣାପଡିଛି । ଗୁରୁବାର ଦୋକାନ ବନ୍ଦ କରି ଯିବା ପରେ ବିଳମ୍ବିତ ରାତିରେ ଦୁଇ ଦୋକାନର କ୍ୟାବିନ ତାଲା ଭାଙ୍ଗି ଚୋରୀ ହୋଇଥିଲା । ସକାଳେ ଚୋରୀ ସମ୍ପର୍କରେ ଜାଣିବା ପରେ ଉଭୟ ବ୍ୟବସାୟୀ ଥାନାରେ ଏତଲା ଦେଇଥିଲେ । ପରିବା ବ୍ୟବସାୟୀ ସୁବାଷ କରଣଙ୍କର ଖୁଚୁରା ପଇସା ୧ ହଜାର ଟଙ୍କା ଚୋରୀ ହୋଇଥିବା ବେଳେ ରାଜେଶ କୁମାର ସାହୁଙ୍କର ଆନୁମାନିକ ୪ ହଜାର ଟଙ୍କା ଚୋରୀ ହୋଇଥିବା ଏତେଲାରେ ଦର୍ଶାଇଛନ୍ତି । ଗଣିଆ ଥାନା ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବଜାରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଫୁଟେଜ ଆଧାରରେ ଜଣକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ