ବାଇକ ଦୁର୍ଘଟଣା ଦୁଇ ଆହତ ଢେଙ୍କାନଳ ସ୍ଥାନାନ୍ତର

ବାଇକ ଦୁର୍ଘଟଣା,ଦୁଇ ଆହତ,ଢେଙ୍କାନଳ ସ୍ଥାନାନ୍ତର।କାମାକ୍ଷାନଗର-ବାଇକ ଦୁର୍ଘଟଣାରେ ଚାଳକ ସମେତ ଦୁଇ ଗୁରୁତର। ଗୁରୁତର ଦ୍ବୟ ହେଲେ କଙ୍କଡାହାଡ ଥାନା ଖୁରିଭଙ୍ଗା ଗ୍ରାମର ଲକ୍ଷ୍ମୀଧର ମାରାଣ୍ଡି ଓ ଟିକିନୀଦ୍ରା ମାରାଣ୍ଡି। ସୂଚନା ମୁତାବକ ଉଭୟ ବାଇକ ଯୋଗେ କାମାକ୍ଷାନଗରରୁ କାମ ସାରି ନିଜ ଘର ଖୁରିଭଙ୍ଗା ଗ୍ରାମକୁ ଫେରୁଥିଲେ। ଫେରିବା ବାଟରେ ଜାତିୟରାଜପଥର ଜିରିଡାମାଳି ବାଇପାସ ନୀକଟରେ ରାସ୍ତା ଉପରେ ଥିବା ଏକ ମାଟି ଗଦା ଉପରେ ବାଇକଟି ଚଢିଯାଇଥିଲା। ଫଳରେ ଉଭୟେ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତିକରିଥିଲେ। ଏଠାରେ ଜଣକ ଅବସ୍ଥା ସଙ୍କଟାପନ୍ନଳଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି

ପ୍ରକାଶ କୁମାର ପାତ୍ର

Leave a Reply

Your email address will not be published. Required fields are marked *