ଭଦ୍ରକ : ବାଣୀତିଆ ପଞ୍ଚାୟତ ମୁକ୍ତାପଦି ଗାଁରେ ଟୀକା ନେଇ ୨ ମାସ ଶିଶୁ ପୁତ୍ର ମୃତ୍ୟୁ ଅଭିଯୋଗ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପରିବାର ଲୋକଙ୍କ ଧାରଣା ।

ଭଦ୍ରକ -୧୪।୭: ଆଜି ସଞ୍ଜ ରେ ନିଜ ୨ ମାସ ର ଶିଶୁପୁତ୍ର ର ମୃତଦେହ ଧରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନା ରେ ଧରଣା ରେ ବସିଲା ବାପା ।ମା କାନ୍ଦି କାନ୍ଦି ବେହୋସ ହୋଇଯାଉଥିଲା ।ବହୁତ ଦୁଃଖ ର କଥା ।ଗାଁ ଲୋକେ, ପରିବାର ଲୋକେ ଅତି ଦୁଃଖ ରେ ବି ମେଡିକାଲ ଆଗରେ ବସିଥିଲେ,, ସିଡିଏମଓ ଓ ଆଇ ଆଇ ସି ଙ୍କୁ ଲେଖି ଅଭିଯୋଗ ବି କଲେ ।ଆଜି ସକାଳ ୧୧ଟା ରେ ତାଙ୍କ ଘର ଭଦ୍ରକ ବାଣିତିଆ ରେ,, ସେଠି ହୋମିଓପାଥିକ ଚିକିତ୍ସାଳୟ ରେ ଆଶାଦିଦି ତାଙ୍କ ଖାତା ଦେଖି ୨ଟି ଇଞ୍ଜେକ୍ସନ ଓ ଗୋଟେ ଖୁଏଇଲେ ଛୁଆ କୁ, ୨ ମାସର ଶିଶୁପୁତ୍ର,, ଘର କୁ ଗଲା ପରେ ଜୂର, ଝାଡ଼ା ବାନ୍ତି ହେବାରୁ ଭଦ୍ରକ ମେଡିକାଲ ଆଣିବା ରେ ଡାକ୍ତର ମୃତ ଘୋଷଣା କରିଥିଲେ ।ସେଠୁ ମୁଣ୍ଡ ଆଉ କାମ କରି ନ ଥିଲା ।ତେବେ ୩ ତି ପିଲାର ଟିକା ଦିଆଯିବା କଥା ନୁହେଁ, ସେ ନେଇ ମୃତ୍ୟୁ ହେଲା ବୋଲି ଅଭିଯୋଗ ରେ ଡାକ୍ତର ଓ ପୋଲିସ ତଦନ୍ତ ପ୍ରତିଶୃତି ଦେଲେ,, କାଲି ପୋଷ୍ଟ ମର୍ଟମ ହେବ, ରିପୋର୍ଟ ଆସିଲେ ଜଣା ପଡ଼ିବ କୁହା ଯାଇଛି ।ହେଲେ ପ୍ରକୃତ କଥା କଣ, ଏହି ଟିକା ୩ ତି କି ୨ ଟି ଦିଆଯିବା କଥା, ତାହା ଉପରେ ସତ୍ୟା ସତ୍ୟ ତଥ୍ୟ ଉପରେ ଜଣା ପଡ଼ିବ, କଣ ଏହି ଘଟଣା ର ରହସ୍ୟ ।