ମର୍ମଦୁତ୍ତ ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର”

ଜଟଣୀ ବ୍ଲକ ଅଧୀନ କୁସୁମାଟୀ ଗ୍ୟାସ ପ୍ଲାଣ୍ଟ ରାସ୍ତା ରେ ଭୋର ଛଟା ସମୟରେ ଜଣେ ବେକ୍ତି ମୋଟର ସାଇକେଲ ଦ୍ଵାରା ଇଣ୍ଡିଆନ ଅଏଲ କୁ ଡୁଟୀ ଯାଉଥିବା ବେଳେ ସାମ୍ନା ପଟୁ ଏକ ଅଏଲ ଟ୍ୟାଙ୍କର ଗାଡ଼ି ଶକ୍ତ ଧକ୍କା ଦେବାରୁ ଆରୋହୀ

ଗୁରୁତର ଅବସ୍ଥାରେ ରାସ୍ତାରେ ପଢ଼ିଯାଇଥିବା ବେଳେ ତାଙ୍କର ମୋଟରସାଇକେଲ ଟି ଛିଟିକି ଯାଇ ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବେକ୍ତିକୁ ବାଜିବାରୁ ଉକ୍ତ ବେକ୍ତି ଆହତ ହୋଇ ରାସ୍ତା କଢ଼ ରେ ଗୁରୁତର ଅବସ୍ଥାରେ ପଢ଼ିଥିଲେ ସ୍ଥାନୀୟ ଲୋକ ଆହତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଜରିଆରେ ସ୍ଥାନୀୟ ମେଡ଼ିକାଲକୁ ପଠାଇଥିଲେ । ବାଇକ୍ ଆରୋହୀ ଜଣକ ଅବସରପ୍ରାପ୍ତ ସେନା କର୍ମଚାରୀ ଏମଡି ଶାହାଜାଦ ଅଲି, ଗ୍ରାମ – ନରଗାଁ, ଥାନା – ବାଙ୍କୀ ବୋଲି ସୂଚନା ମିଳିଛି ।
ଜଟଣିରୁ ସାହାବୁଦ୍ଦିନ ଖାଁ ଙ୍କ ରିପୋର୍ଟ ।