ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଦୁଇ ଚୋରା ଚାଲାଣ କାରୀ ଗିରଫ।

କନ୍ଧମାଳ ଜିଲ୍ଲା କୋଟଗଡ଼ ରେଞ୍ଜ ମାଟିଗାଡା ଗ୍ରାମ ମାଝୀମାହା ଜଙ୍ଗଲ ରେ ମୂଲ୍ୟବାନ ଶାଳ ଓ ପିଆଶାଳ ପଟା ଚାଲାଣ ବେଳେ କୋଟଗଡ଼ ବନ ବିଭାଗ ପକ୍ଷରୁ ଚଢ଼ାଉ l କୋଟଗଡ଼ ରେଞ୍ଜର ରୋମାକାନ୍ତ କଂହର ଙ୍କ ନେତୃତ୍ୱ ରେ ଏକ ଟିମ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ର ମୂଲ୍ୟବାନ କାଠ ଜବତ କରାଯାଇଛି l ଏହି ଘଟଣା ରେ 2 ଜଣ କାଠ ମାଫିଆ କୁ ଗିରଫ କରିବା ସହ ମୋଟ ଶହେ ଖଣ୍ଡ ଶାଳ ଓ ପିଆଶାଳ ପଟା ଓ 20 ଖଣ୍ଡ ଶାଳ କାଠ ଜବତ ହୋଇଛି l କାଠ ମାଫିଆ ଜଣକ ହେଉଛନ୍ତି।ଆସାମ ର ପଦ୍ମ ସିଂ ନାଜାରେ ଓ ଆଉଜଣେ ହେଉଛନ୍ତି। ମାଟିଗାଡା ଗ୍ରାମର ଲକ୍ଷ୍ମଣ ମଣ୍ଡଳ ନାୟକ ହୋଇଥିବା କୋଟଗଡ଼ ରେଞ୍ଜର ରୋମାକାନ୍ତ କଂହର ସୂଚନା ଦେଇଛନ୍ତି l