ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ ଦୁଇ ଜଣ ଛାତ୍ରୀ

ବାଲିଗୁଡ଼ା:ଗୋଧୋଇବାକୁ ଯାଇ ଭାସିଗଲେ ଦୁଇ ଛାତ୍ରୀ । ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣଙ୍କର ଏଯାଏଁ କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଯୁଡ଼ାବାଲି ପଞ୍ଚାୟତର ଶ୍ରାଲିଗୁଡ଼ା ଅଞ୍ଚଳରେ । ଘଟଣା ପ୍ରକାରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ଶ୍ରାଲିଗୁଡ଼ାର ୬ ଜଣ ଛାତ୍ରୀ ସ୍କୁଲରୁ ଫେରିବା ବେଳେ ନିକଟସ୍ଥ ନଦୀକୁ ଗୋଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଘଟଣା ସମ୍ପର୍କରେ ଖବରପାଇ କୋଟଗଡ଼ ଥାନା ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଜଣେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି । ଉଦ୍ଧାର ହୋଇଥିବା ଗୁରୁତର ଛାତ୍ରୀ ଜଣକ ଆଲନ୍ତି ଗାଉଁଟିଆ ହୋଇଥିବା ବେଳେ ନିଖୋଜ ଥିବା ଛାତ୍ରୀ ଜଣକ ଚାନ୍ଦିନୀ ମଲିକ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀମାନେ ବର୍ତ୍ତମାନ ସୁଦ୍ଧା ନିଖୋଜ ଛାତ୍ରୀଙ୍କୁ ନଈରେ ଖୋଜା ଖୋଜି ଜାରି ରଖିଥିବା ଜଣାପଡିଛି |
Bhabani Shankar jena reporter