ନଦୀ ରୁ ପାଣି ଭାର ନେଇ ଶିବ ମନ୍ଦିର ଯିବା ହେଲା କାଳ

ନଦୀ ରୁ ପାଣି ଭାର ନେଇ ଶିବ ମନ୍ଦିର କୁ ଯିବା ପାଇ ଆସିଥିବା ବେଳେ ନଦୀ ଜଳରେ ଭାସି ଗଲେ ଦୁଇ ଯୁବକ । ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ଅନ୍ତର୍ଗତ ଜୟୀପୁର ପଞ୍ଚାୟତ ର କିଛି ଯୁବକ ମାନେ ପାଣି ଭାର ନେଇ ଶିବ ମନ୍ଦିର କୁ ଯିବା ପାଇଁ ଆସିଥିବା ବେଳେ ଘଟି ଗଲା ଅଘଟଣ ।ସୂଚନା ଅନୁଯାୟୀ ଜୟୀପୁର ଗ୍ରାମର ଆଜି କିଛି ଯୁବକ ମାନେ ବରଦା ନରିପୁର ସାଳନ୍ଦୀ ନଦୀ ପୋଲ ନିକଟ ନଦୀ ରୁ ପାଣି ଭାର ଉଠାଉ ଥିବା ବେଳେ ନଦୀ ପାଣିରେ ଭାସି ଯାଇଥିଲେ। ଏହି ଖବର ସ୍ଥାନୀୟ ଲୋକମାନେ ଜାଣିବା ପରେ ଆଗରପଡା ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲା ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକ ମାନଙ୍କ ସହିତ ଖୋଜା ଖୋଜି କରୁଥିବା ବେଳେ ଦୁଇ ଯୁବକ ନିଖୋଜ ଥିବା ଦେଖିବାକୁ ମିଳିଛି

Leave a Reply

Your email address will not be published. Required fields are marked *