ପବିତ୍ର ଗୁରୁଦିବସ ବ୍ରହ୍ମ କୁମାରୀ ପ୍ରଭୁପ୍ରୀତ ରେ ପାଳିତ

ଆସିକା : କବିସୂର୍ଯ୍ୟନଗର ପ୍ରଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ଉପସେବାକେନ୍ଦ୍ର ପ୍ରଭୁପ୍ରୀତ ଭବନ ଠାରେ ଆଜି ପବିତ୍ର ଗୁରୁଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ଏଵଂ ପୁରୁଷୋତ୍ତମପୁର ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l କୁମାରୀ ଶିବାନୀ ନିଜର ସୁଲଳିତ କଣ୍ଠରେ କାର୍ଯକ୍ରମ ପ୍ରାରମ୍ଭରେ ଏକ ଗୁରୁବନ୍ଦନା କରିଥିଲେ l ମୁଖ୍ୟ ବକ୍ତା ରୂପେ ଆସ୍କା ଶାନ୍ତି ଭବନର ସଂଚାଳିକା ରଜଯୋଗିନୀ ବ୍ରହ୍ମକୁମାରୀ ପ୍ରଭାତୀ ଭଉଣୀ ଯୋଗଦେଇ “ସକାରାତ୍ମକ ପରିବର୍ତ୍ତନ କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା” କେତେ ଯେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଆଲୋକପାତ କରିଥିଲେ l ଆଧ୍ୟାତ୍ମିକ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରାଇବା ଦ୍ଵାରା ମୂଲ୍ୟନିଷ୍ଠ ସମାଜ ଗଠନ ହୋଇପା ରିବ ବୋଲି ସେ ମତବ୍ୟକ୍ତ କରିଥିଲେ l ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ରୂପେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତି ଲତିକା ପ୍ରଧାନ,ସମ୍ମାନିତ ଅତିଥି ରୂପେ ନଗରପାଳିକା ଶ୍ରୀମତି ଲକ୍ଷ୍ମୀ ସେଠୀ ଏବଂ ଉପନଗରପାଳ ଶ୍ରୀଯୁକ୍ତ ବିକ୍ରାନ୍ତ କୁମାର ସାହୁ ଯୋଗଦେଇଥିଲେ l ବିଧାୟିକା ଶ୍ରୀମତି ଲତିକା ପ୍ରଧାନ ଗୁରୁ ଶିଷ୍ୟ ପରମ୍ପରାର ମହାନତା ସମ୍ପର୍କରେ ଉଦବୋଧନ ଦେଇଥିଲେ l ନଗରପାଳିକା ଶ୍ରୀମତି ଲକ୍ଷ୍ମୀ ସେଠୀ ଆମର ପ୍ରଥମ ଗୁରୁ ‘ ମାଆ ବାପା ‘ ଙ୍କୁ ସମ୍ମାନ ଦେଲେ ଜୀବନରେ ସବୁ କ୍ଷେତ୍ରରେ ଉନ୍ନତି ହୁଏ ବୋଲି କହିଥିଲେ l ଉପନଗରପାଳ ଶ୍ରୀଯୁକ୍ତ ବିକ୍ରlନ୍ତ ସାହୁ ଦୁର୍ନିତୀମୁକ୍ତ ସମାଜ ଗଠନ କେବଳ ଶିକ୍ଷକ ମାନଙ୍କ ଦ୍ଵାରା ସମ୍ଭବ ବୋଲି ମତବ୍ୟକ୍ତ କଲେ l ଶେଷରେ
ଅତିଥି ମାନଙ୍କ ଦ୍ଵାରା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଏବଂ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରାଯାଇଥିଲା l ପ୍ରଭୁପ୍ରୀତ ଭବନର ସଂଚଳିକା ବ୍ରହ୍ମକୁମlରୀ ସୁଜ୍ଞାନି ଭଉଣୀ ରଜଯୋଗର ଅଭ୍ୟାସ କରାଇଥିଲେ l ବରିଷ୍ଠ ଭ୍ରାତା ବ୍ରହ୍ମକୁମାର ସତ୍ୟପ୍ରିୟ ଭାଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ବ୍ରହ୍ମକୁମlରୀ ନିରୁ ଭଉଣୀ ଧନ୍ୟବାଦ ଅର୍ପଣ କରିଥିଲେ l ବ୍ରହ୍ମା କୁମାରୀ ଧରଣୀ,ଲୀଳା,ଅନୁରାଧା,ଝରଣା ,ଭାଗ୍ୟ ଭଉଣୀ ଏବଂ ବ୍ରହ୍ମକୁମାର ଚରଣ,ବଳରାମ,ସୁଶାନ୍ତ, କlଳୁ, ଗୋଦାବରୀ,କୁନା ,ଶିଶିର ଭାଇ କାର୍ଯକ୍ରମ ପରିଚାଳନା ସହଯୋଗ କରିଥିଲେ l

ରିପୋର୍ଟ – ରଞ୍ଜନ କୁମାର ରାଉତ

Leave a Reply

Your email address will not be published. Required fields are marked *