ରୁଷିଆ ଉପରେ ୧୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କଲା ୟୁକ୍ରେନ

କିଭ୍‌,୭ା୫: ୟୁକ୍ରେନ କ୍ରିମିଆ ଉପଦ୍ୱୀପ ଉପରେ ରାତିସାରା ୧୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଥିଲା। ସେବାଷ୍ଟୋପୋଲ ବନ୍ଦରରେ ଲଞ୍ଚ ହୋଇଥିବା ୩ଟି ଡ୍ରୋନ୍‌ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ରବିବାର ଏନେଇ ରୁଷିଆର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସେବାଷ୍ଟୋପୋଲର ରାଜ୍ୟପାଳ ମିଖାଇଲ ରଜଭୋଜାୟେଭ କହିଛନ୍ତି, ୟୁକ୍ରେନ ଆକ୍ରମଣରେ ସେବାଷ୍ଟୋପୋଲରେ କିଛି କ୍ଷତି ହୋଇନାହିଁ।

ସେବାଷ୍ଟୋପୋଲ ଏବଂ ସାକିରେ ବିସ୍ଫୋରଣ ହୋଇଛି। ଯେଉଁଠାରେ ରୁଷିଆର ଏକ ବିମାନବନ୍ଦର ଅଛି। ଏହା ସହିତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ବିସ୍ଫୋରଣ ହୋଇଛି।

Leave a Reply

Your email address will not be published. Required fields are marked *