ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ମାତୃବିୟୋଗ

ପୂର୍ବତନ ପ୍ରଶାସକ ତଥା ପୂର୍ବତନ ପୁରୀ ଜିଲ୍ଲାପାଳ ସ୍ୱର୍ଗତ ସଚ୍ଚିଦାନନ୍ଦ ରଥଙ୍କ ଧର୍ମପତ୍ନୀ ବିନୋଦିନୀ ରଥଙ୍କର ଶୁକ୍ରବାର ଦିନ ଭୁବନେଶ୍ୱର ଫରେଷ୍ଟପାର୍କ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୯୨ ବର୍ଷ ହୋଇଥିଲା । ସେ ଜଣେ ପରୋପକାରୀ, ସ୍ନେହୀ, ସମାଜସେବୀ ଓ ସଂସ୍କାରକ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ପରିବାରବର୍ଗ, ଆତ୍ମୀୟ ସ୍ୱଜନ ଓ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ସ୍ୱର୍ଗତା ବିନୋଦିନୀଙ୍କ ଶେଷ ଦର୍ଶନ କରିବା ସହିତ ପୁଷ୍ପାଞ୍ଜଳି ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଡକ୍ଟର ଶଶିଭୂଷଣ ରଥ, ବିଭୂତି ଭୂଷଣ ରଥ, ଫଣିଭୂଷଣ ରଥ, ଭାରତୀ ଭୂଷଣ ରଥ, ଶୁଭେନ୍ଦୁଶେଖର ମହାପାତ୍ର, କନ୍ୟା ନିରୁପତା ମହାପାତ୍ର (ନାତି ଦୀପକ ମହାପାତ୍ର, ରୂପକ ମହାପାତ୍ର, କୌଶିକ ମହାପାତ୍ର, ନାତୁଣୀ ଆକାଂକ୍ଷା ରଥ) ଭାଇ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଅଶୋକ ଶତପଥୀ, ପ୍ରଦୀପ୍ତ ମହାପାତ୍ର, ବିକାଶ ମହାପାତ୍ର ପ୍ରମୁଖଙ୍କ ସମେତ ଶତାଧିକ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ଏହି ଖବର ପାଇ ଗୋପାଳଚନ୍ଦ୍ର ଖୁଣ୍ଟିଆ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେପିର ପ୍ରବକ୍ତା ସମ୍ବିତ ପାତ୍ର, ବିଜେଡ଼ିର କୃଷ୍ଣଚନ୍ଦ୍ର ପଣ୍ଡା ଓ ବହୁ ରାଜନେତା ପୁରୀ ସ୍ୱର୍ଗଦ୍ୱାରଠାରେ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହା ସହିତ ଲୋକସେବକ ମଣ୍ଡଳ ଓଡ଼ିଶା ସଭାପତି ନିରଞ୍ଜନ ରଥ ଏହି ଖବର ପାଇ ଗଭୀର ଦୁଃଖ ପ୍ରକାଶ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ପୁଅ ଆଇନଜୀବୀ ରମାବଲ୍ଲଭ ରଥ, ସାନପୁଅ ପୂର୍ବତନ ପୁରୀ ବିଧାୟକ ଉମାବଲ୍ଲଭ ରଥ, ବୋହୂ କଳ୍ପମିତ୍ରା ରଥ, ନାତି ଅଂଶୁମାନ ରଥଙ୍କ ସହିତ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । ବଡ଼ପୁଅ ରମାବଲ୍ଲଭ ରଥ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *