୫ଟି ସଚିବଙ୍କ ଗ୍ରସ୍ତରେ ଉମାଶଂକରଙ୍କ ପତ୍ର
![](https://teerthkhetra.com/wp-content/uploads/2023/05/IMG-20230507-WA0033-1024x461.jpg)
ହିଞ୍ଜିଳିକାଟୁ :-୭/୦୫ ,ଓଡିଶା ସରକାରଙ୍କ ୫ଟି ସଚିବ ଶ୍ରୀ କାର୍ତ୍ତିକେୟ ପାଣ୍ଡିୟାନ ଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗସ୍ତ ବେଳେ କଞ୍ଚୁଡୁ ପଞ୍ଚାୟତ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ସାରୁ ଗ୍ରାମ ଏବଂ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ଯୁବ ସାମାଜିକ କର୍ମୀ ଉମାଶଙ୍କର ସାହୁ ମଞ୍ଚରେ ଉପସ୍ଥିତ ୫ଟି ସଚିବଙ୍କୁ ଭେଟି ସାରୁ ଗ୍ରାମ ପଞ୍ଚାୟତରେ ଏକ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧୀୟ ଦାବିପତ୍ର ୫ଟି ସଚିବଙ୍କୁ ଅର୍ପଣ କରିଥିଲେ। ଉକ୍ତ ଦାବିପତ୍ରରେ ସାରୁ ଗ୍ରାମର ଚାଷୀ ମାନଙ୍କ ଫସଲ ଖାଇଯାଉଥିବା କୃଷ୍ଣ ସାର ମୃଗ ମାନଙ୍କୁ ସାରୁ ଗ୍ରାମ ଘାସଫାର୍ମ ଭଳି ଗୋଟିଏ ନିର୍ଦ୍ଦିଷ୍ଟ ସରକାରୀ ପଡ଼ିଆରେ ସଙ୍ଗଠିତ କରାଯାଇ ସେଠାରେ ଗୋଟିଏ ଇକୋ ପାର୍କ/ମୃଗ ବିହାର ନିର୍ମାଣ କରିବାଲାଗି ଲିଖିତ ଆକାରରେ ଅନୁରୋଧ କରିବା ସଙ୍ଗେ ସଙ୍ଗେ ସେଠାରେ ଏକ ଇଣ୍ଟିଗ୍ରେଟେଡ଼ ସ୍କୁଲ ନିର୍ମାଣ ନିମନ୍ତେ ମଧ୍ୟ ଏକ ସୁଚିନ୍ତିତ ପ୍ରସ୍ତାବ ମାନ୍ୟବର ୫ଟି ସଚିବଙ୍କୁ ଲିଖିତ ଆକାରରେ ଦେଇଛନ୍ତି। ଯେହେତୁ ସାରୁ ଗ୍ରାମ ନିକଟସ୍ଥ ସମର୍ଝୋଳ ଛକ ବଡ଼ପୋଖରୀର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଜୋରସୋରରେ ତ୍ୱରାନ୍ୱିତ ହୋଇଚାଲିଛି ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଭଳି ଏକ ସୁବ୍ୟବସ୍ଥିତ ଆଖି ଡାକ୍ତରଖାନା ସେହି ଅଞ୍ଚଳରେ ରହିଥିବା ସହିତ ସାରୁ ଗ୍ରାମର ଏକ ଅତି ପ୍ରାଚୀନ ଐତିହ୍ୟ ସମ୍ପନ୍ନ ନୃସିଂହ ମନ୍ଦିର ଓ ଅମୃତ ସରୋବର ପ୍ରକଳ୍ପ ମଧ୍ୟ ସେଠାରେ ରହିଛି, କୃଷ୍ଣସାର ମୃଗଙ୍କ ସଂରକ୍ଷଣ ନିମନ୍ତେ ଏହି ଇକୋ ପାର୍କ/ ମୃଗ ବିହାର ପ୍ରକଳ୍ପ ସାଙ୍ଗକୁ ଗୋଟିଏ ଇଣ୍ଟିଗ୍ରେଟେଡ଼ ସ୍କୁଲ ମଧ୍ୟ ନିର୍ମାଣ କରିବା ଲାଗି ସରକାରୀ ସହାୟତା ସାଙ୍ଗକୁ ଅତି ଶୀଘ୍ର ଏହି ପ୍ରକଳ୍ପର ରୂପରେଖ ସ୍ଥିରୀକୃତ କରାଇ କାର୍ଯ୍ୟାରମ୍ଭ କରାଗଲେ ସେହି ଅଞ୍ଚଳର କୃଷକ ପରିବାରର ଅନେକ ଲୋକ ରୋଜଗାର ଓ ଶିକ୍ଷା ର ସୁବିଧା ଲାଭ କରିପାରିବା ସାଙ୍ଗକୁ ଅନେକ କୃଷକ ଓ ମଧ୍ୟବିତ୍ତ ଚାଷୀ ପରିବାର ତଥା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସମସ୍ତ ବର୍ଗର ଲୋକେ ସେଠାକୁ ପରିଭ୍ରମଣ କରି ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ କୃଷ୍ଣସାର ମୃଗଙ୍କୁ ଦେଖି ପାରିବେ। ଏହାଦ୍ୱାରା ସାରୁ ପଞ୍ଚାୟତକୁ ଅଧିକ ପର୍ଯ୍ୟଟକ ଆସିବେ ଏବଂ ପଞ୍ଚାୟତର ରାଜସ୍ୱ ମଧ୍ୟ ନିର୍ଣ୍ଣାୟକ ପରିମାଣରେ ସଂଗ୍ରହ ହୋଇପାରିବ ବୋଲି ଶ୍ରୀ ଉମାଶଙ୍କର ସାହୁ ନିଜ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି