ହକି ଇଣ୍ଡିଆ ଜୁନିଅର ବିଶ୍ୱକପ୍ ୨୦୨୩: ଅଧିନାୟକ ଉତ୍ତମ ସିଂ ନେତୃତ୍ୱାଧୀନ ୧୮ ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ହକି ଇଣ୍ଡିଆ ଜୁନିଅର ବିଶ୍ୱକପ୍ ୨୦୨୩ ପାଇଁ ଗୁରୁବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଓମାନର ସାଲହା ଠାରେ ଏହି ଟୁର୍ଣ୍ଣାମେଣ୍ଟ ମେ ୨୩ରୁ ଜୁନ୍ ୧ ପର୍ଯ୍ୟନ୍ତ ଆୟୋଜିତ ହେବ। ଉତ୍ତମ ସିଂ ଭାରତୀୟ ଦଳର ନେତୃତ୍ୱ ନେଉଥିବା ବେଳେ ଦଳର ଉପ-ଅଧିନାୟକ ବବି ସିଂଙ୍କ ହାତରେ ରହିବ। ଉତ୍ତମ ସିଂଙ୍କ ନେତୃତ୍ୱରେ ଭାରତ ଗତ ବର୍ଷ ସୁଲତାନ ଜୋହର କପ ଟାଇଟଲ ଜିତିଥିଲେ। ଚଳିତ ବର୍ଷ ଡିସେମ୍ବରରେ ମାଲେସିଆରେ ହେବାକୁ ଥିବା ଜନୁଅର ହକି ବିଶ୍ୱକପ୍ ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଏକ ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ହେବ।

ଏସିଆ କପ୍ ପାଇଁ ଭାରତ ପୁଲ୍‌-ଏ ରେ ପାକିସ୍ତାନ, ଜାପାନ, ଥାଇଲାଣ୍ଡ ଏବଂ ଚାଇନୀଜ ତାଇପେ ସହିତ ସ୍ଥାନ ପାଇଛି। ସେହିପରି ପୁଲ୍‌-ବି ରେ ମାଲେସିଆ, ଓମାନ, ବାଂଙ୍ଗଲାଦେଶ ଏବଂ ଉଜବେକିସ୍ତାନ ରହିଛନ୍ତି ।

ଭାରତୀୟ ଦଳର ପ୍ରଶିକ୍ଷକ ସିଆର କୁମାର କହିଛନ୍ତି, ‘ଆମର ଏକ ଅଭିଜ୍ଞ ଦଳ ଅଛି, ଯେଉଁଥିରେ କିଛି ଖେଳାଳି ନିକଟରେ ସିନିୟର ଦଳ ପାଇଁ ଡେବ୍ୟୁ କରିଛନ୍ତି । ଆମେ ବେଙ୍ଗାଲୁରୁର ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (ସାଇ) କ୍ୟାମ୍ପସରେ ପ୍ରସ୍ତୁତି କରିଥିଲୁ ଯେଉଁଠାରେ ସିନିଅର ଦଳ ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ସହିତ ଅଭ୍ୟାସ ମ୍ୟାଚ୍ ଖେଳିବା ଦ୍ୱାରା ଆମେ ଉପକୃତ ହୋଇଛୁ ।

ଭାରତୀୟ ଦଳରେ କିଛି ନୂଆ ଖୋଳାଳିଙ୍କ ସହିତ କିଛି ପୁରୁଣା ଖେଳାଳି ରହିଛନ୍ତି । ଯେଉଁମାନେ ଓଡ଼ିଶାରେ ଆୟୋଜିତ ୨୦୨୧ ଜୁନିଅର ବିଶ୍ୱକପ ଏବଂ ଏବଂ ୧୦ ସୁଲତାନ ଜୋହର କପ୍ ୨୦୨୨ ମଧ୍ୟ ଖେଳିଛନ୍ତି, ଯେଉଁଥିରେ ଭାରତ ଟାଇଟଲ ଜିତିଥିଲା ।

ଭାରତୀୟ ଦଳ : ଗୋଲକିପର : ମୋହିତ ଏଚ୍.ଏସ୍ ଏବଂ ହିମୱାନ୍ ସିହାଗ।
ଡିଫେଣ୍ଡର : ଶରଦାନନ୍ଦ ତିୱାରୀ, ରୋହିତ, ଅମନଦୀପ ଲାକ୍ରା, ଆମୀର ଅଲି, ଯୋଗମ୍ବର ରାୱତ।
ମିଡଫିଲ୍ଡର : ବିଷ୍ଣୁକାନ୍ତ ସିଂ, ରାଜିନ୍ଦର ସିଂ, ପୁଭାନ୍ନା ସିବି, ଅମନଦୀପ, ସୁନୀତ ଲାକ୍ରା।
ଅଗ୍ରଗାମୀ : ବବି ସିଂ ଧାମି (ଉପ-ଅଧିନାୟକ), ଅର୍ଜିତ ସିଂ ହୁଣ୍ଡାଲ, ଆଦିତ୍ୟ ଲାଲଗେ, ଉତ୍ତତ ସିଂ (ଅଧିନାୟକ), ସୁଦୀପ ଚିରମାକୋ, ଅଙ୍ଗଦ ବିର୍ ସିଂହ।

Leave a Reply

Your email address will not be published. Required fields are marked *