ଜମିଜମା ବିବାଦକୁ ନେଇ ପରିବାରକୁ ସଂଘବଦ୍ଧ ଆକ୍ରମଣ

ଜଣେ ଗୁରୁତର, ୨ଜଣ ଆହତ ଅବସ୍ଥାରେ ମେଡ଼ିକାଲରେ ଭର୍ତିକୋଣାର୍କ ଖବର – ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅନ୍ତର୍ଗତ ସୂତନ ଗ୍ରାମରେ ଜମିଜମା ସମସ୍ୟାକୁ ନେଇ ଏକ ପରିବାରକୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି। ଅନ୍ୟ ଏକ ପରିବାର ପୁରୁଷ ଓ ମହିଳା ମାନେ କଟୁରୀ ଓ ଲୁହା ପାଇପ ଦ୍ଵାରା ଆକ୍ରମଣ କରି ଏକ ପରିବାରର ଜଣଙ୍କ (ହିମାଂଶୁ ସାମନ୍ତରାୟ) ମୁଣ୍ଡ ଫାଟି ଗୁରୁତର ଅବସ୍ଥାରେ ଗୋପ ମେଡ଼ିକାଲ ପରେ ପରେ କ୍ୟାପିଟାଲ ହସ୍ପିଟାଲ ଓ ଏବେ ସମ୍ ହସପିଟାଲ ଆଇସିୟୁକୁ ସ୍ଥାନାନ୍ତର ହୋଇଛନ୍ତି। ଅନ୍ୟ ଜଣେ ମହିଳା (ବାସନ୍ତୀ) ଓ ପୁରୁଷ (ପ୍ରସନ୍ନ ସାମନ୍ତରାୟ) ଙ୍କୁ ମଧ୍ଯ କଟୁରିରେ ହାଣିଛନ୍ତି। ଯାହା ଫଳରେ ଦୁହେଁ ଆହତ ହୋଇ ଭୁବନେଶ୍ୱର ମେଡ଼ିକାଲରେ ଭର୍ତି ହୋଇଛନ୍ତି। ଏଥି ସହିତ ପରିବାରର ଅନ୍ୟ ଜଣେ ମହିଳା ସଦସ୍ୟ (ରଶ୍ମିତା) ଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିବାକୁ ଉଦ୍ୟମ କରୁଥିବା ବେଳେ ସେ କବାଟ ଦେଇ ଲୁଚିଯାଇ ନିଜ ପ୍ରାଣ ବଞ୍ଚାଇଛନ୍ତି। ଆକ୍ରମଣକାରୀ ମାନେ ହେଲେ ସୁତନ ଗ୍ରାମର ସୁକାନ୍ତ ସାହୁ, ସୁକାନ୍ତି ସାହୁ ଓ ପୁଅ ସୁରେଶ ସାହୁ ବୋଲି ପୀଡ଼ିତ ପରିବାର ଲୋକଙ୍କ ଅଭିଯୋଗରୁ ଜଣା ପଡ଼ିଛି। ଆକ୍ରମଣରେ ଶିକାର ପରିବାର ସଦସ୍ୟ ମେଡ଼ିକାଲରେ ଥିବାରୁ ଥାନାରେ ବର୍ତମାନ ସୁଦ୍ଧା କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି। ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ସୂତନ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଦେଖାଯାଉ ପୁରୀ ପୋଲିସ୍ ତଥା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପକ୍ଷରୁ ଆସାମୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
Gyana Biswal