ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳୀ ଦାସଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ସାଂସଦ ସୁରେଶ ପୂଜାରୀ, ରେଂଗାଲୀ ବିଧାୟକ ନାଉରୀ ନାୟକ ଓ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ମଧ୍ୟ ବିଶାଳ ଓ ଦୀପାଳୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।ଗତ ମାସ ୨୯ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଅବସରରେ ନବ ଦାସଙ୍କୁ ଏଏସଆଇ ଗୋପାଳ କୃଷ୍ଣ ଦାସ ଗୁଳି କରି ହତ୍ୟା କରିଥିଲେ । ନବ ଦାସଙ୍କ ଅକସ୍ମାତ ଦେହାନ୍ତ ହେବା ପରେ, ତାଙ୍କ ପରିବାର ଉପରେ ଯେମିତି ପାହାଡ ଛିଡି ପଡିଛି । ନବ ଦାସଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ଓ ରାଜନୈତିକ ସାମ୍ରାଜ୍ୟର ଦାୟିତ୍ୱ ଏବେ ଭାଇ-ଭଉଣୀଙ୍କ କାନ୍ଧରେ।

Leave a Reply

Your email address will not be published. Required fields are marked *