କେନ୍ଦ୍ର ମନ୍ତ୍ରୀ ଙ୍କ ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ

!ଚିଲିକା :କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଆଜି ଦିନିକିଆ ଚିଲିକା ନିର୍ବାଚନମଣ୍ଡଳି ଗସ୍ତରେ ଆସିଛନ୍ତି l ଶ୍ରୀ ରୁପାଲା ଆଜି ମଧ୍ୟାହ୍ନରେ ବାଲୁଗାଁ ଚିଲିକା କୂଳ ଜେଟିରେ ପହଞ୍ଚି ଏକ ସରକାରୀ ସଭାରେ ଯୋଗଦେଇଥିଲେ l କେନ୍ଦ୍ର ସରକାରଙ୍କ ସାଗର ପରିକ୍ରମା ଯୋଜନା ଅନ୍ତର୍ଗତ ଆୟୋଜିତ ଏହି ଗସ୍ତରେ ଶ୍ରୀ ରୁପାଲା ଚିଲିକା କୂଳ ମାଛ ମାର୍କେଟ ବୁଲିବା ସହ ବହୁ ମତ୍ସ୍ୟଜୀବିଙ୍କ ସହ ଆଲୋଚନା କରିଥିଲେ l ସଭାରେ ବହୁ ମତ୍ସ୍ୟଜୀବିଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ବନ୍ଧରେ ସ୍ଥାନୀୟ ମତ୍ସ୍ୟଜୀବିଙ୍କୁ ଅବଗତ କରିଥିଲେ l ଭାରତ ସରକାର ମତ୍ସ୍ୟଜୀବିଙ୍କ ଉନ୍ନତି ପାଇଁ ସଦାବେଳେ ବଦ୍ଧ ପରିକର ବୋଲି କହିଥିଲେ ଶ୍ରୀ ରୁପାଲା l ଏହାପରେ କେନ୍ଦ୍ରମନ୍ତ୍ରୀ ନଈରୀ ଗ୍ରାମରେ ଏକ ବିଶାଳ ମତ୍ସ୍ୟଜୀବି ସମ୍ମିଳନୀରେ ଯୋଗଦେଇ ମତ୍ସ୍ୟଜୀବିମାନଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଜନହିତକାରି ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ l ପରିଶେଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ସିଙ୍ଗେଶ୍ୱର ପଞ୍ଚାୟତ ମଠପୁର ଗ୍ରାମର ମତ୍ସ୍ୟଜୀବି ତୋଫାନ ବେହେରାଙ୍କ ଘରକୁ ଯାଇ ଭୋଜନ କରିଥିଲେ ଏବଂ ତାଙ୍କ ପରିବାର ସହ ମତ ବିନିମୟ କରିବା ସହ ହାଲଚାଲ ପଚାରି ବୁଝିଥିଲେ l ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳି ସାତପଡ଼ା ଅଭିମୁଖେ ଗସ୍ତ କରିଥିଲେ l ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଙ୍କ ସହ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡା ସମ୍ବିତ ପାତ୍ର ଉପସ୍ଥିତ ଉପସ୍ଥିତ ଥିଲେ l
ଚିଲିକା ରୁ ବିରଞ୍ଚି ପ୍ରଧାନ ଙ୍କ ରିପୋର୍ଟ୍