ଉନ୍ନୟନ ପ୍ରକଳ୍ପ ପର୍ଯ୍ୟବେକ୍ଷଣ ନେଇ ହିଞ୍ଜିଳିରେ କେନ୍ଦ୍ର ସଚିବ

ଭାରତ ସରକାରଙ୍କ ଜଳଶକ୍ତି ବିଭାଗ ଅଧିନ ପାନୀୟ ଜଳ ଓ ପରିମଳ ବିଭାଗୀୟ ସଚିବ ଭିନି ମହାଜନ ଶନିବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି ପହଞ୍ଚିଛନ୍ତି ହିଞ୍ଜିଳିବ୍ଲକ ଶାସନ ଆମ୍ବଗାଁ । ଏହି ଉନ୍ନୟନ ପର୍ଯ୍ଯବେକ୍ଷଣରେ ପଞ୍ଚାୟତବାସୀଙ୍କ ତରଫରୁ ସଚିବଙ୍କୁ ପୁଷ୍ପ ଅର୍ପଣ ସହ ଉପଢୌକନ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସୁଚନାପ୍ରକାରେ କେନ୍ଦ୍ରୀୟ ଅନୁଦାନ ପାଣ୍ଠି ବିନିଯୋଗରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ଯୋଗାଣ ଓ ପରିମଳ ସମ୍ପର୍କିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର କ୍ଷେତ୍ର ପରିଦର୍ଶନ କରି ପର୍ଯ୍ୟବେକ୍ଷଣ କରିଛନ୍ତି କେନ୍ଦ୍ରୀୟ ସଚିବ ଭାବେ ଭିନି ମହାଜନ । ଶାସନ ଆମ୍ବଗାଁରେ ଅବସ୍ଥାପିତ ଥିବା ୭ଟନ କ୍ଷମତା ବିଶିଷ୍ଟ ସମ୍ପଦ କେନ୍ଦ୍ରରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ,ପୃଥକୀକରଣ ଓ ପରିଚାଳନା ସମ୍ପର୍କରେ ନିୟୋଜିତ ସଦସ୍ୟଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ସଚିବ ।ପଞ୍ଚାୟତରେ ନିର୍ମିତ ହୋଇଥିବା ୧.୫ ଲକ୍ଷ କ୍ଷମତା ବିଶିଷ୍ଟ ୨ଟି ଭୂତଳ ଜଳ ଭଣ୍ଡାର ଓ ଉଚ୍ଚ ଜଳ ଭଣ୍ଡାର ସହ ବିଭିନ୍ନ ସାହି ବସ୍ତିକୁ ଯୋଗାଣ ହେଉଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣର ସୁବିଧା ଅସୁବିଧା ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ପରିମଳ କମିଟି ଓ ହିତାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ପରେ ସେଠାରୁ ବାଦି ଆମ୍ବଗାଁ ଗସ୍ତ କରି ୧୦ ଗୋଟି ଯୋଡ଼ା ଶୋଷକ ଖାତ,୨୫ଟି ନଳକୂପ ଲିଚଖାତ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି ।ସଚିବଙ୍କ ସହ ରାଜ୍ୟ ପରିମଳ ସଚିବ ଜି.ପରମେଶ୍ବର,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ,ବିଡିଓ ସୁବ୍ରତ କୁମାର ଜେନା, ଏବିଡ଼ିଓ ଅରୁଣ କୁମାର ପ୍ରଧାନ,ଛତ୍ରପୁର ଜଳ ଓ ପରିମଳ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସୁରେଶ ଚନ୍ଦ୍ର ମହନ୍ତ, ବ୍ରହ୍ମପୁର ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଇଂ ବିକାଶ ଚନ୍ଦ୍ର ସାମଲ,ଜିଲ୍ଲା ପରାମର୍ଶ ଦାତା ନମିତା ନାହାକ, ଛତ୍ରପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜନକ ବଳିଆରସିଂ,ହିଞ୍ଜିଳିକାଟୁ ନିର୍ବାହୀ ଯନ୍ତ୍ରୀ ଇଂ କିଶୋର ଚନ୍ଦ୍ର ବେହେରା,ନିର୍ବାହୀ ଅଧିକାରୀ ବାସୁଦେବ ବେହେରା, ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାୟକ ଓ ପ୍ରସନ୍ନ କୁମାର ଦଳାଇ,ଜିଲ୍ଲା ପରିଷଦ ସଭ୍ୟ ଏ.ସୁଦର୍ଶନ ଗୋପାଳ ପାଢ଼ୀ, ନୀଳାଚଳ ପାଢ଼ୀ,ଭଗବାନ ଗୌଡ଼, ସ୍ଥାନୀୟ ସରପଞ୍ଚ , ମିଶନ ଶକ୍ତି ସଦସ୍ୟା, ଅଙ୍ଗନବାଡି କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *