ବିପର୍ଯ୍ୟୟ ପରିଚାଳନା ପାଇଁ ବୁଢିବିଲି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ପଦକ୍ଷେପ

ଢେଙ୍କାନାଳ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିପତ୍ତି ସମୟରେ ଲୋକଙ୍କ ବହୁ ମୂଲ୍ୟ ଜୀବନ ସହ ଧନ ସମ୍ପତ୍ତିକୁ କିପରି ଭାବେ ସୁରକ୍ଷା ଦିଆଯିବ ଏବଂ ଏହାର ଉଚିତ ମୁକାବିଲା କରାଯିବ ସେ ନେଇ ଏକ ମକ୍ ଡ୍ରିଲର ବ୍ୟବସ୍ଥା ହୋଇଯାଇଛି। ଅତିରିକ୍ତ ଏସଆରସି (Addl. SRC) ସରୋଜ କୁମାର ସାହୁ, କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକ,ଜିଲ୍ଲା ଏମରଜେନ୍ସି ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବୁଢ଼ିବିଲି ସରପଞ୍ଚ ସସ୍ମିତା ସାହୁଙ୍କ ଅଧକ୍ଷତାରେ ଏହି ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ଉଚିତ ମୁକାବିଲା ପାଇଁ କିଭଳି ଭାବେ ସାମ୍ନା କରାଯିବ ତାହା କାର୍ଯ୍ୟକ୍ରମରେ ଲୋକଙ୍କୁ ବୁଝା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଂଚଳର ଶତାଧିକ ପୁରୁଷ ଓ ମହିଳା ଏବଂ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *