ଯୁବ ଇଁଗ୍ରେଜୀ ଅଧ୍ୟାପକଙ୍କ ଅକାଳ ବିୟୋଗ

ଆସିକା : ତା ୬/୧୧: ଆସିକା ବିଜ୍ଞାନ ମହାବିଦ୍ୟାଳୟର ଇଁଗ୍ରେଜୀ ଅଧ୍ୟାପକ ନିରୋଦ କୁମାର ଖରଙ୍କ ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲରେ ରବିବାର ପୂର୍ବାହ୍ନ ୪ଟାରେ (୫.୧୧.୨୦୨୩) ମୃତ ହୋଇଯାଇଛି। ମୃତ ବେଳକୁ ତାଙ୍କର ବୟସ ମାତ୍ର ୨୯ ବର୍ଷ ଥିଲା। ସ୍ବର୍ଗତ ଖର ରାୟଗଡ଼ା ଜିଲ୍ଲା ଜୟକାପୁରସହର ନିକଟସ୍ଥ ନାୟିଡୁପେଟା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ଅମାୟିକ, ଛାତ୍ରବତ୍ସଳ, ମିଷ୍ଟଭାଷୀ, ନିରାଡ଼ମ୍ବର ଏବଂ ଆଦର୍ଶ ବ୍ୟକ୍ତି ଥିଲେ। ୧୪ମାସର ସ୍ବଳ୍ପ ଅବଧିରେ ସେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ ତଥା ସମସ୍ତଙ୍କ ନିକଟରେ ଆପଣାର ହୋଇପାରି ଥିଲେ। ସେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ କଟକ ସ୍ଥିତ ରେଭେନ୍ସା ବିଶ୍ବ ବିଦ୍ୟାଳୟରୁ ଇଁରାଜୀରେ ସ୍ନାତକୋତ୍ତର ଉତିନ୍ନ ହୋଇ ୟୁ.ଜି.ସି. ନେଟ୍ ଯୋଗ୍ୟତା ହାସଲ କରି ଓଡ଼ିଶା ରାଜ୍ୟ ନିଯୁକ୍ତି ଚ଼ୟନ ପ୍ରକ୍ରିୟାରେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ପ୍ରଥମତଃ ଇଁରାଜୀ ଅଧ୍ୟାପକ ରୂପେ ନିଯୁକ୍ତି ପାଇଥିଲେ। ସ୍ବର୍ଗତ ଖରଙ୍କ ଅକାଳ ବିୟୋଗରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚ଼ାରୀ ମର୍ମାହତ ଅଛନ୍ତି। ଯୁବ ଅଧ୍ୟାପକଙ୍କ ଅକାଳ ବିୟୋଗରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ଏକ ଶୋକ ସଭାର ଆୟୋଜନ କରିଥିଲେ। ସ୍ବର୍ଗତ ଖର ସାରଙ୍କ ଅମର ଅତ୍ମାର ସଦ୍ଗତି ନିମନ୍ତେ ଦୁଇମିନଟର ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସମସ୍ତେ ଖର ସାରଙ୍କ ଆବର୍ତ୍ତମାନ ଘଡ଼ିସନ୍ଧି ମୂହୁର୍ତ୍ତରେ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସାହାସ ଓ ଧୌର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲୋ।
ରଞ୍ଜନ କୁମାର ରାଉତ reporter