ଜିଲ୍ଲାସ୍ତରୀୟ ଉର୍ଦ୍ଦୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

କୋଣାର୍କସ୍ଥିତ ଯାତ୍ରୀନିବାସ କନଫେରେନସ୍ ହଲ୍ ରେ ପ୍ରାଥମିକ ଶିକ୍ଷକ,ମାଦ୍ରସା ,ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷକଙ୍କ ବୃତ୍ତିଗତ ବିକାଶ ପାଇଁ ତିନି ଦିନ ଧରି ଚାଲିଥିବା ଉର୍ଦ୍ଦୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।’ଓଡିଶା ଉର୍ଦ୍ଦୁ ଏକାଡେମୀ’ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉର୍ଦ୍ଦୁ ଶିକ୍ଷାଦାନର ବହୁମୁଖୀ ଦିଗ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସରକାରଙ୍କ ମୌଳିକ ସାକ୍ଷରତା(ଏଫଏଲଏନ୍) କାର୍ଯ୍ୟକ୍ରମରେ ଉର୍ଦୁକୁ ସାମିଲ କରିବା , ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଉର୍ଦ୍ଦୁ ପ୍ରଶ୍ନବ୍ୟାଙ୍କ ପ୍ରସ୍ତୁତି, ନୂତନ ଶିକ୍ଷା ନୀତି ୨୦୨୦ ଓ ମାତୃଭାଷାର ବିକାଶ ସନ୍ଦର୍ଭରେ ପ୍ରଶିକ୍ଷାର୍ଥୀମାନେ ସକ୍ରିୟଭାବେ ଅଂଶଗ୍ରହଣ କରିଥିଲେ ବୋଲି ଉର୍ଦ୍ଦୁ ଏକାଡେମୀ ସମ୍ପାଦକ ଜନାବ୍ ଡ.ସୟଦ୍ ମୁଶିର୍ ଆଲାମ୍ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *