ଜଟଣୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁଉତ୍କଳ ଗୌରବ ମଧୁ ବାବୁଙ୍କ ଜୟନ୍ତୀ ପାଳିତ

ଜଟଣୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁଉତ୍କଳ ଗୌରବ ମଧୁ ବାବୁଙ୍କ ଜୟନ୍ତୀ ପାଳିତ
ଜଟଣୀ ତା ୨୮-୪-୨୫ ବରିଷ୍ଠ ନାଗରିକ ମଞ୍ଚ, ଜଟଣୀ ପକ୍ଷରୁ ଅନୁଷ୍ଠାନର କାର୍ଯ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ରୀ ଭକ୍ତବନ୍ଧୁ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ନାଗରିକମାନେ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଅନୁଷ୍ଠାନର ସମ୍ପାଦକ ସଚ୍ଚିଦାନନ୍ଦ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଆଜିର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଏହି ଅବସରରେ ବକ୍ତାମାନେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁ ବାବୁଙ୍କ ଅବଦାନ ବିଷୟରେ ଆଲୋଚନା କରି ସ୍ଵାଭିମାନୀ ଓଡ଼ିଆଭାବେ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ପ୍ରହ୍ଲାଦ ସ୍ବାଇଁ, ଶରତଚନ୍ଦ୍ର ଦାଶ, କୈଳାସ ଅଗ୍ରୱାଲ, ଅରୁଣମହାନ୍ତି, ନିଳାମ୍ବର ମିଶ୍ର , ଶରତ ଚନ୍ଦ୍ର ଦାସ ପ୍ରମୁଖ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ ।
ଜଟଣୀରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।