ଆସନ୍ତା ୨୨ତାରିଖରେ 5Tସଚିବ ଭି.କେ.ପାଣ୍ଡିଆନଙ୍କ ବେଗୁନିଆ ଗସ୍ତ

ଆସନ୍ତା ୨୨ତାରିଖରେ 5Tସଚିବ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନଙ୍କ ବେଗୁନିଆ ଗସ୍ତ କାର୍ଯ୍ୟକ୍ରମ ଅବସରରେ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଓ ବିଭିନ୍ନ ଉନ୍ନତିମୂଳକ ଆଲୋଚନା ଆସନ୍ତା ୨୨ ତାରିଖ ମଙ୍ଗଳବାର ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁଙ୍କ ଆବାହକତ୍ୱରେ ଉକ୍ତ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ସଫଳ କରିବା ପାଇଁ ଆଜି ଅଧ୍ୟକ୍ଷ,ବେଗୁନିଆ ବ୍ଲକ ଓ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ବୃନ୍ଦ, ଛାମୁଆ କର୍ମୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ବେଗୁନିଆ ବ୍ଲକ ଅନ୍ତର୍ଗତ ମା ବରମୁଳେଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *